ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲରେ ଭର୍ଭି କରାଯାଇଛି । ଗତକାଲି ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୩୦୯୬ । ଅଦ୍ୟାବଧି ୧୭୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ସକ୍ରିୟ ମାମଲା ଆଜିକୁ ମିଶାଇ ୧୯୯୪ କୁ ବୃଦ୍ଧି ପାଇଛି ।
ସେହିପରି ଜିଲ୍ଲାରେ ପୁଣି ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ସୂଚନା ମିଳିଛି । ମୃତକ ମାନେ ସମସ୍ତେ ପୁରୁଷ । ସେମାନଙ୍କର ବୟସ ଯଥାକ୍ରମେ ୩୨, ୪୧, ୪୮, ୫୮ । ଏମାନେ ସମସ୍ତେ ପୂର୍ବରୁ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା କୁହାଯାଇଛି । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି ।