
ନୂଆଦିଲ୍ଲୀ – କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମୋଟର ଭେହିକ୍ଲ ଆକ୍ଟ -2019 ଅନୁସାରେ ଠିକାଦାର ମାନଙ୍କ ଉପରେ ମଧ୍ୟ ଜୋରିମାନା ଲାଗୁ କରିବା ସମ୍ପର୍କରେ ସୂଚନା ଦେଇଛନ୍ତି । ଶ୍ରୀ ଗଡକରୀ ଏକ ଟ୍ୱିଟ କରି କହିଛନ୍ତି ଯେ ନୂଆ ମୋଟର ଭେହିକ୍ଲ ଆକ୍ଟରେ କେବଳ ସାଧାରଣ ଲୋକ ମାନଙ୍କର ଉପରେ ଜୋରିମାନା ର ବ୍ୟବସ୍ଥା କରାଯାଇ ନାହିଁ ବରଂ ଠିକାଦାର ମାନଙ୍କର ଉପରେ ମଧ୍ୟ ଜୋରିମାନାର ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଠିକାଦାର ମାନଙ୍କର ଦ୍ୱାରା ଫଲଟି ସଡକ ଡିଜାଇନ, ନିମ୍ନ ସ୍ତରର ନିର୍ମାଣ ଓ ରକ୍ଷଣାବେକ୍ଷଣରେ ଅବହେଳା ପାଇଁ ଏକ ଲକ୍ଷ ଟଙ୍କା ଯାଏ ଜୋରିମାନାର ବ୍ୟବସ୍ଥା ଥିବା ଉଲ୍ଲେଖ କରିଛନ୍ତି ।