-
୨ଘଣ୍ଟା ରୁଦ୍ଧଦ୍ୱାର ବୈଠକ, ସ୍ଥିତି ନିୟନ୍ତ୍ରଣ ଉପରେ ଗୁରୁତ୍ୱ
-
ସହଯୋଗ ପାଇଁ ଜିଲ୍ଲାବାସୀଙ୍କୁ କଲେ ପ୍ରଶଂସା
-
ପୋଲିସର କାର୍ଯ୍ୟ ଶୈଳୀକୁ ସାବାସୀ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କରୋନା ସ୍ଥିିତିର କୋଭିଡ-୧୯ର ସ୍ଥିତି ଅନୁଧ୍ୟାନ ସହ ସମୀକ୍ଷାକରି ଫେରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ବର୍ତ୍ତମାନ ଜିଲ୍ଲାରେ ଜରୁରୀ ଆବଶ୍ୟକ ନପଡିଲେ ଅଭିଯୋଗକାରୀମାନେ ଥାନାକୁ ଆସନ୍ତୁ ନାହିଁ । ଥାନାର ଟେଲିଫୋନ୍ ଓ ଥାନାଧିକାରୀଙ୍କ ୨ଟି ନମ୍ବର ସହ ଯୋଗାଯୋଗକରି ଅଭିଯୋଗ ଦିଅନ୍ତୁ । ତାହାର ସମାଧାନ ପାଇଁ ସମ୍ପୃକ୍ତ ଥାନାଧିକାରୀ ପ୍ରୟାଶ କରିବେ । ବର୍ତ୍ତମାନ ସ୍ଥିତିରେ ଆପଣଙ୍କ ସ୍ୱାସ୍ଥ୍ୟ ଯେପରି ଗୁରୁତ୍ୱ ଜଣେ ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ସେତେ ଗୁରୁତ୍ୱ । ଗତ ମାର୍ଚ୍ଚ ମାସ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ମୁକାବିଲା କରୁଥିବା ପୋଲିସ କର୍ମଚାରୀ ଓ ପୋଲିସ ବାହିନୀକୁ ଗଞ୍ଜାମ ଜିଲ୍ଲାବାସୀ ସହାୟତାକରି ଆସୁଛନ୍ତି । ତେଣୁ ମୁଁ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଉଛି । ଗୁରୁବାର ଠାରୁ ଗଞ୍ଜାମ ଜିଲ୍ଲାରେ ୪ଦିନିଆ ସଟ୍ ଡାଉନ୍ ଆରମ୍ଭ ହେଉଛି । ତେଣୁ ଏହାକୁ ସଫଳ କରିବା ପାଇଁ ଗଞ୍ଜାମବାସୀ ସହଯୋଗ କରିବା ପାଇଁ ଡିଜିପି ଅଭୟ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି ।
ଏପଟେ ଗଞ୍ଜାମ ପୋଲିସ ଜିଲ୍ଲାରେ କରୋନାରେ ଆକ୍ରାନ୍ତ ହୋଇ ଛତ୍ରପୁର ଏସ୍ଡିପିଓ ଓ ଇନ୍ସିପେକ୍ଟରଙ୍କ ସହ ୩ଜଣ ପୋଲିସ କର୍ମଚାରୀ ମୋଟ ୫ଜଣ କରୋନାର ଯୁଦ୍ଧରେ ବିଜୟ ଲାଭକରି ସୁସ୍ଥ ହେବାପରେ ନିଜ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେଣୁ ସେମାନଙ୍କୁ ଧନ୍ୟବାଦ ଦେବାସହ ତାଙ୍କର ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ପୋଲିସ ସର୍ବଦା ଲୋକଙ୍କ ସେବାରେ ରହିଛି ଏବଂ ରହିବ । ତେଣୁ ଏଭଳି ମହାବିପତିରେ ପୋଲିସକୁ ସହାୟତା କରନ୍ତୁ ବୋଲି କହିଥିଲେ । ୪ଜଣ ପୋଲିସ ଡିଏସ୍ପିଙ୍କୁ ଗଞ୍ଜାମ ଜିଲ୍ଲାକୁ ପଠାଯାଇଛି । ସମୀକ୍ଷାପରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉ ୪ ପ୍ଲାଟୁନ ପୋଲିସ ଫୋର୍ସ ଗଞ୍ଜାମକୁ ପଠାଯିବ ବୋଲି ଡିଜିପି ଶ୍ରୀ ଅଭୟ କହିଥିଲେ । ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରବେଶପଥ ଓ ପ୍ରସ୍ତାନ ପଥକୁ ସିଲ୍ କରାଯାଇଛି । ଜିଲ୍ଲାର କୌଣସି ବ୍ୟକ୍ତି ବାହାର ଜିଲ୍ଲାକୁ ଯିବେନି କି ବାହାର ଜିଲ୍ଲା ଲୋକ ଗଞ୍ଜାମକୁ ପ୍ରବେଶ କରିପାରିବେ ନାହିଁ । ଅଧିକ ପୋଲିସ କର୍ମଚାରୀଙ୍କ ଆବଶ୍ୟକତା ଜିଲ୍ଲାରେ ରହିଛି । ତେଣୁ ଏନେଇ ଡିଜିପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି କହିବା ସହ ଅଧିକ ଅସ୍ଥାୟୀ ଚେକ୍ ପୋଷ୍ଟ ନିର୍ମାଣ କରାଯାଇ ଜିଲ୍ଲାରେ ତନଖି କଡାକଡି କରାଯିବ ବୋଲି ଡିଆଇଜି ଶ୍ରୀ ଭୋଇ ସୂଚନା ଦେଇଛନ୍ତି । ଗସ୍ତ ଓ ସମୀକ୍ଷା ସମୟରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଉପସ୍ଥିତ ଥିଲେ ।