
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୭/୦୭ /୨୦୨୦,ସ୍ୱର୍ଗଦ୍ୱାରରେ ଆଜି ପ୍ରବଳ ଭିଡ ଦେଖିବାକୁ ମିଳିଥିଲା କରୋନା କଟକଣା ପରେ ମଧ୍ୟ ଏଭଳି ଭିଡ ହେବାର ସୂଚନା ଜିଲ୍ଲାପାଳ ମହୋଦୟଙ୍କୁ ମିଳିବା ପରେ କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଜିଲ୍ଲାପାଳ ବଲୱନ୍ତ ସିଂ କଠୋର ପଦକ୍ଷେପ ନେଇଛନ୍ତି |ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ଶବ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର କରିପାରିବେ ନାହିଁ କାରଣ ଯେଉଁ ବ୍ୟକ୍ତି ମାନେ ଏହି ଶବ ସତ୍କାର ପାଇଁ ଆସୁଛନ୍ତି ସେମାନେ କରୋନା ସଂକ୍ରମଣ ଥାଇପାରନ୍ତି |ପୁରୀରେ ଦେହତ୍ୟାଗ କରୁଥିବା ବ୍ୟକ୍ତିଙ୍କ ଶବଦାହ କେବଳ ପୁରୀରେ ହେଇପାରିବ କରୋନା କଟକଣା ନ ସରିବା ପର୍ଯ୍ୟନ୍ତ |ତାହା ସହିତ ପୁରୀ ସମୁଦ୍ରରେ କୌଣସି ପ୍ରକାର ଅସ୍ଥି ବିଶ୍ୱର୍ଯ୍ୟନ କାର୍ଯ୍ୟ ହେଇପାରିବିନି |ଖାସକରି ପୁରୀ ଜିଲ୍ଲାକୁ ଅନ୍ୟ ଜିଲ୍ଲାମାନଙ୍କରୁ ପ୍ରବେଶ ନିଷେଧ କରାଯାଇଛି |
ପୁରୀଜିଲ୍ଲା ପ୍ରଶାସନ ତରଫରୁ ଆସନ୍ତା କାଲିଠାରୁ ୧୫ ଦିନ ପର୍ଯ୍ୟନ୍ତ କେବଳ ପୋଲିସ ଏବଂ ମେଡିକାଲ ସେବାକୁ ଛାଡି ଅନ୍ୟ ସମସ୍ତ ଅଫିସ ବନ୍ଧ କରିବାପାଇଁ ନିଷ୍ପତି ନିଆଯାଇଛି | ପୁରୀବାସୀ ଓ ନେତୃତ୍ୱ ମଣ୍ଡଳୀ ମାନଙ୍କୁ ନିବେଦନ କରି କହିଛନ୍ତି ଯଦି କୌଣସି ଅତ୍ୟାବଶ୍ୟକ ହେଲେ, ବି ଡି ଓ , ତହସିଲଦାର ଏବଂ ଅନ୍ୟ ସରକାରୀ ଅଫିସର ମାନଙ୍କ ଯୋଗାଯୋଗ ପାଇଁ ନମ୍ବର ପବ୍ଲିକଡୋମେନ ରୁ ପାଇପାରିବେ |ତାହା ସହିତ ସେ କହିଛନ୍ତି ଯଦି କୌଣସି ଘରେ କରୋନା ଲକ୍ଷଣ ବ୍ୟକ୍ତି ଦେଖିବାକୁ ମିଳିଲା ତେବେ ସଂକୋଚ ନ କରି ନିଜ ଅଞ୍ଚଳ ର ANM ଓ ଆଶା ଦିଦି ମାନଙ୍କୁ ଜଣାନ୍ତୁ |ମୁଖ୍ୟଜିଲ୍ଲା ମେଡିକାଲ ରେ ସାଧାରଣ ରୋଗ ପାଇଁ ଆସି ଅଯଥାରେ ଭିଡ କରନ୍ତୁ ନାହିଁ |ଅତ୍ୟାଵଶ୍ୟକ ନ ଥିଲେ ଅଯଥାରେ ବାହାରକୁ ଯାଆନ୍ତୁ ନାହିଁ ଏବଂ ବିବାହ, ବ୍ରତଘର ଓ ସଭା କାର୍ଯ୍ୟ ଅତ୍ୟନ୍ତ ଆବଶ୍ୟକ ନ ଥିଲେ କରୋନା ବିପଦ ଟଳିବା ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାପାଇଁ ଅନୁରୋଧ କରିଛନ୍ତି |କାଲିଠାରୁ ପୁରୀ ଟାଉନରେ ମାସ୍କ ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବା ସହିତ ମୋଟା ଅଙ୍କର ଜୋରିମାନା ଏନଫୋର୍ସମେଣ୍ଟ ଟିମ ଦ୍ୱାରା ଆଦାୟ କରାଯିବ |ଆଜି ସନ୍ଧ୍ୟାବେଳେ ଏହି ସୂଚନା ଜିଲ୍ଲାପାଳ ବଲୱନ୍ତ ସିଂ ଭିଡ଼ିଓ ମାଧ୍ୟମରେ ଜଣାଇଛନ୍ତି |