-
୨୪ ଘଣ୍ଟାରେ ୨୭୩ ଆକ୍ରାନ୍ତ,୯୬ସୁସ୍ଥ, ୩ମୃତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାକୁ କରୋନା କରୁଛି ଘାଇଲା । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆତଙ୍କିତ ଅବସ୍ଥାରେ ଗଞ୍ଜାମବାସୀ । ମଙ୍ଗଳବାର ଦିନ ଜିଲ୍ଲାରେ ୨୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୯୬ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ଜଣ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ଜିଲ୍ଲାରେ ଏବେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି । ଏଭିତରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬୨୧ ଆକ୍ରାନ୍ତ ହେଲେଣି । ଜିଲ୍ଲାର ପ୍ରାୟ ସବୁ ବ୍ଳକକୁ କରୋନା ଛୁଇଁଥିବା ବେଳେ ବ୍ରହ୍ମପୁର ମହାନଗରରେ ମଧ୍ୟ ସ୍ଥିତି ଅସମ୍ଭାଳ ହେଲାଣି ।ମଙ୍ଗଳବାର ଦିନ ଜିଲ୍ଳାରେ ୨୭୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୨୬୨୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୪୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୧୧୦ ଜଣ ଚିକିତ୍ସିତ ହେଉଥିବା ବେଳେ ୨୫ଜଣଙ୍କର ମୃତ୍ୟୁ ଘଟିଛି । ଜିଲ୍ଲାରେ ୨୭୩ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଟ୍ୱିଇଟିରୁ ମିଳିଥିବା ତଥ୍ୟ ଅ୍ରନୁସାରେ ମଙ୍ଗଳବାର ଚିହ୍ନଟ ହୋଇଥିବା ୨୭୩ଜଣଙ୍କ ମଧ୍ୟରେ ୩୧ ଜଣ କରୋନା ଯୋଦ୍ଧା ରହିଥିବା ବେଳେ ବାହାର ରାଜ୍ୟରୁ ଆସିଥିବା ୫ ଓ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ୨୩୭ ଜଣ ଆକ୍ରାନ୍ତ ହୋଇଛନ୍ତି । କରୋନା ଯୋଦ୍ଧାଙ୍କ ଆକ୍ରାନ୍ତଙ୍କ ମଧ୍ୟରେ ଆସିକା ୧, ବେଗୁନିଆପଡ଼ା ୧, ବେଲଗୁଣ୍ଠା ୨, ବିଏମ୍ସି ୧୨, ଭଞ୍ଜନଗର ୨, ବୁଗୁଡ଼ା ୨, ଧରାକୋଟ, ଦିଗପହଣ୍ଡି ୨, ଖଲ୍ଲିକୋଟ ୨, କୁକୁଡ଼ାଖଣ୍ଡି୧, ପୋଲସରା ୧, ପୁରୁଷୋତ୍ତମପୁର ୨ ଓ ସାନଖେମୁଣ୍ଡି ୨ ଏଭଳି ମୋଟ ୨୩୧ ଆକ୍ରାନ୍ତ ହୋଇନ୍ତି । ସେପଟେ ବାହାର ରାଜ୍ୟରୁ ଆସିଥିବା ୫ଜଣଙ୍କ ମଧ୍ୟରେ ରଙ୍ଗେଇଲୁଣ୍ଡା ୧, ପୁରୁଷୋତ୍ତମପୁର ୩ ଓ ବୁଗୁଡ଼ାରୁ ଜଣେ ରହିଛନ୍ତି । ସେହିଭଳି କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ୨୩୭ ଜଣ ଆକ୍ରାନ୍ତ ହୋଇଥିବା ମଧ୍ୟରେ ଆସିକା ୨୦, ବିଏମ୍ସି ୩୩, ବେଲଗୁଣ୍ଠା ୧୯, ବେଗୁନିଆପଡ଼ା ୧, ଭଞ୍ଜନଗର ୮, ବୁଗୁଡ଼ା ୧୧, ଛତ୍ରପୁର ୪, ଚିକିଟି ୧, ଧରାକୋଟ ୪, ଦିଗପହଣ୍ଡି ୧୫, ଗଞ୍ଜାମ ୩, ହିଞ୍ଜିଳିକାଟୁ ୨୨, ଜଗନ୍ନାଥପ୍ରସାଦ ୩, କବିସୂର୍ଯ୍ୟନଗର ୮, କୁକୁଡ଼ାଖଣ୍ଡି ୫, ପାତ୍ରପୁର ୧୨, ପୋଲସରା ୧୧, ପୁରୁଷୋତ୍ତମପୁର ୪, ରଙ୍ଗେଇଲୁଣ୍ଡା ୯, ସାନଖେମୁଣ୍ଡି ୨୭ ,ଶେରଗଡ଼ ୪, ସୋରଡ଼ା ୧୧ ଓ ଅନ୍ୟାନ୍ୟ ୨ ରହିଛନ୍ତି । ସେହିଭଳି ଗତ ୬ ତାରିଖ ଦିନ ଜିଲ୍ଳାରେ ୪୬୬ ଜଣ ସନ୍ଦିଗ୍ଧ ସ୍ୱାବ୍ ସଂଗ୍ରହ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୭୩ଜଣ ପଜିଟିଭ ବାହାରିଥିବା ଜଣାଯାଇଛି । ସେହିଭଳି ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୧୫ହଜାର ୪୩୩ ସ୍ୱାବ୍ ପରୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ ୨୬୨୧ ଚିହ୍ନଟ ହୋଇଛନ୍ତି ।