ବ୍ରହ୍ମପୁର:ସାମ୍ପ୍ରତିକ ସମୟରେ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି।ଦିନକୁ ଦିନ ତାର ଦୌରାତ୍ମ୍ୟ ବଢିଚାଲିଛି।ଏ ଭିତରେ ଅନେକ ନିରୀହ ଜୀବନ ଯାଇସାରିଲେଣି କରୋନା କୋଳ କୁ।ଏଥିରୁ ବାଦ ପଡିନାହାନ୍ତି କରୋନା ଯୁଦ୍ଧରେ ନିଜକୁ ଉତ୍ସର୍ଗୀକୃତ କରିଥିବା କରୋନା ଯୋଦ୍ଧା।ତା ସତ୍ତ୍ୱେ ଜନ ସେବା ରେ ନିଜକୁ ବ୍ରତୀ ରଖିଥିବା ଆୟୁଷ ଡାକ୍ତର,ନର୍ସ,ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀ ନିଜ ଦାୟିତ୍ବ ସମ୍ପାଦନ ରେ ଟିକେ ହେଲେ ଅବହେଳା କରିନାହାନ୍ତି।କିନ୍ତୁ ପ୍ରଶ୍ନ ଉଠୁଛି କରୋନା ଯୁଦ୍ଧରେ ସାମିଲ ଏହି ଆୟୁଷ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନେ ସୁରକ୍ଷିତ ତ? କରୋନା ହସ୍ପିଟାଲରେ ରେ ଅବସ୍ଥାପିତ ଆରବିଏସକେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ହୁଅନ୍ତୁ ବା ସଂଗରୋଧ କେନ୍ଦ୍ର ରେ ଓ ଘର ଘର ବୁଲି କରୋନା ର ଲକ୍ଷଣ ତଥା ରୋଗୀ ଚିହ୍ନଟିକରଣ ରେ ନିୟୋଜିତ ଆୟୁଷ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ହୁଅନ୍ତୁ-ସମସ୍ତ ଙ୍କ ଜୀବନ ଜିଇଂବାର ସମାନ ଅଧିକାର ରହିଛି। କରୋନା ଭଳି ଭୟଙ୍କର ରୋଗ ର ପ୍ରତିରୋଧ ପାଇଁ ନିୟୋଜିତ କରା ଯାଉଥିବା ଏହି ଆରବିଏସକେ ଡାକ୍ତର ମାନଙ୍କୁ ସେମାନ ଙ୍କ ନାଯ୍ୟ ଦାବି ପୂରଣ କରିବା ପାଈଁ ଆୟୁଷ ଡାକ୍ତର ସଂଘ ଓ ଆରବିଏସକେ ଡାକ୍ତର ସଂଘ ପକ୍ଷରୁ ମିଳିତ ଭାବେ ଜିଲ୍ଲାପାଳ ଗଂଜାମ ନିକଟ ରେ ନିବେଦନ କରାଯାଇଛି।
ଡାକ୍ତର ସଂଘ ପକ୍ଷରୁ କରାଯାଇଥିବା ଦାବି ଗୁଡିକ ହେଲା ଆୟୁଷ ଡାକ୍ତର ଙ୍କୁ କରୋନା ଯୋଦ୍ଧା ର ମାନ୍ୟତା, ଦୈନିକ ଟଙ୍କା 1500 ର ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ,ସେମାନ ଙ୍କୁ କୋଭିଡ-19 ଜୀବନ ବୀମା ଭୁକ୍ତ କରିବା,ଦାୟିତ୍ୱ ରେ ଥିବା ଡାକ୍ତର ଙ୍କ ସ୍ୱାବ ନମୁନା ପରୀକ୍ଷଣ ଓ ସଂଗରୋଧ ରେ ରହିବାର ବ୍ୟବସ୍ତା ସହ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା ଡାକ୍ତର ଙ୍କୁ କୋଭିଡ-୧୯ ଦାୟିତ୍ୱ ରୁ ଦୁରେଇ ରଖିବା।
ଆୟୁଷ ଡାକ୍ତର ଙ୍କ ଉପରୋକ୍ତ ଦାବି ପୂରଣ ହୋଇପାରିଲେ ସେମାନେ ଅଧିକ ଆଗ୍ରହ ଓ ଉତ୍ସାହ ର ସହ କରୋନା ଯୁଦ୍ଧରେ ସାମିଲ ହୋଇ ଏହାକୁ ପ୍ରତିହତ କରିବାରେ ସହାୟକ ହୋଇପାରିବେ।