![](https://indokalingtimes.com/wp-content/uploads/2020/06/ikt.jpeg)
ଭୁବନେଶ୍ୱର – ସରକାର ତୁରନ୍ତ ତୈଳଦର ବୃଦ୍ଧି ପ୍ରତ୍ୟାହାର କରିବା ସହ ଚାଷ କାର୍ଯ୍ୟ ପାଇଁ ଚାଷୀଙ୍କୁ ଡିଜେଲରେ ଲିଟର ପିଚ୍ଛା ୨୦ ଟଙ୍କା ସବସିଡ଼୍ ଯୋଗାଇ ଦେବାକୁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଯାଇଛି ବୋଲି ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।
ବିଶ୍ୱ ମହାମାରୀ କରୋନା ପ୍ରଭାବରେ ଆର୍ôଥକ ସ୍ଥିତି ଦୋହଲି ଯାଇଥିବା ବେଳେ କୋଟି କୋଟି ଲୋକ ଜୀବିକା ହରାଇ ବସିଛନ୍ତି । ଏଭଳି ଏକ ଦୁଃସମୟରେ ଗତ ମାସକମଧ୍ୟରେ ପେଟ୍ରୋଲ ଲିଟର ପିଚ୍ଛା ୯ ଟଙ୍କା ଓ ଡିଜେଲ ଲିଟର ପିଚ୍ଛା ୧୦ ଟଙ୍କା ବୃଦ୍ଧି ଘଟିଛି । ତୈଳଦର ବାରମ୍ବାର ବୃଦ୍ଧି ପାଉଥିବା ବେଳେ ବର୍ତମାନ କରୋନା ସହିତ ଚାଷ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ । ଚାଷୀ ଚାଷ କାର୍ଯ୍ୟ ପାଇଁ ବ୍ୟବହାର କରୁଥିବା ଯନ୍ତ୍ର ଚାଳିତ ଟ୍ରାକ୍ଟର, ପାୱାରଟିଲର ପ୍ରଭୃତି ଚଳାଇବାକୁ ଅସମର୍ଥ ହେଲେଣି । ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକି ତୈଳଦର ବୃଦ୍ଧି ଯୋଗୁଁ ଆଗାମୀ ଦିନରେ ସାଧାରଣ ଖାଉଟି, ବ୍ୟବସାୟିକ ପରିବହନ ଓ ଚାଷୀ ସବୁଠାରୁ ପ୍ରଭାବିତ ହେବେ ଓ ପରିବାଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଘଟିବ ବୋଲି ସେ କହିଛନ୍ତି ।