-
– ୨ କିମି ପଛକୁ ସୈନ୍ୟ ପ୍ରତ୍ୟାହାର କଲା
ନୂଆଦିଲ୍ଲୀ- ସର୍ବଶେଷରେ, ଭାରତର ଚାପ କାମ କଲା ଏବଂ ଚୀନ୍ ଗଲୱାନ୍ ଉପତ୍ୟକାର ବିବାଦୀୟ ଅଂଚଳରୁ ୨ କିଲୋମିଟର ଦୂରକୁ ନିଜର ସୈନ୍ୟ ପ୍ରତ୍ୟାହାର କରିଛି । ଚୀନ୍ ସୈନ୍ୟମାନେ ଗଲୱାନ୍, ହଟ୍ ସ୍ପ୍ରିଙ୍ଗସ୍ ଏବଂ ଗୋଗ୍ରା ଠାରୁ ମଧ୍ୟ ସେମାନଙ୍କର କ୍ୟାମ୍ପ ପ୍ରତ୍ୟାହାର କରିଛନ୍ତି । ତେବେ ଏହି ବିଷୟରେ ସେନାର କୌଣସି ସରକାରୀ ବିବୃତି ନାହିଁ, ସେଥିପାଇଁ ଭାରତୀୟ ସେନା ଅତି ସତର୍କ ରହିଛନ୍ତି । ଗଲୱାନ୍ ଉପତ୍ୟକାକୁ ବର୍ତମାନ ଏକ ବଫର୍ ଜୋନ୍ କରାଯାଇଛି ଯାହା ଦ୍ୱାରା ଆଉ ହିଂସାତ୍ମକ ଘଟଣା ଘଟିବ ନାହିଁ ।
କମାଣ୍ଡର ସ୍ତରୀୟ ଆଲୋଚନାରେ ନିଷ୍ପତି ନିଆଯାଇଛି ଯେ ବିବାଦୀୟ ଅଂଚଳରୁ ପଛକୁ ଫେରିବା ପାଇଁ ଭୂମିରେ କେଉଁ ପଦକ୍ଷେପ ନିଆଯାଇଛି ତାହା ଦେଖିବା ପାଇଁ ଦୁଇ ଦେଶ ପରସ୍ପର ଉପରେ ୭୨ ଘଂଟା ନଜର ରଖିବେ । ଯଦିଓ ପୂର୍ବ ଲଦାଖରେ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ଭୂମିରେ କୌଣସି ଡି-ଏସ୍କାଲେସନ୍ ନଥିଲା, ସୋମବାର ଠାରୁ କିଛି ଅଗ୍ରଗତି ଆଶା କରାଯାଉଥିଲା । ଚୀନ୍ ସେନା ପ୍ରଥମେ ଗଲୱାନ୍ ଭ୍ୟାଲି ଏବଂ ହଟ୍ ସ୍ପ୍ରିଙ୍ଗସ୍ ଅଂଚଳ ଛାଡିବ ବୋଲି ଆଶା କରାଯାଉଥିଲା ।
ଉଲ୍ଲେଖ୍ୟଯୋଗ୍ୟ ଯେ ଗତ ଜୁନ୍ ୧୫ ରେ,ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ଜଣ ଯବାନ୍ ସହୀଦ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ବନ୍ଦନା