
ସମ୍ପ୍ରତି ପ୍ରତିଦିନ ଶହ ଶହ ବୃକ୍ଷ ବଳି ପଡୁଛନ୍ତି । ଛଅ ଋତୁ ଆଜି ସାତସପନ । ଜୈବ ବିବିଧତା ବି ଧ୍ୱଂସାଭିମୁଖୀ । ଜଙ୍ଗଲ ଧ୍ୱଂସ ଫଳରେ ପୃଥିବୀରେ ଦେଖା ଦେଇଛି ଅନେକ ସମସ୍ୟା । ସୃଷ୍ଟି ହେଉଛି ବିଶ୍ୱତାପନ ଆଉ ବୃଦ୍ଧି ପାଉଛି ପୃଥିବୀର ତାପମାତ୍ରା । ଗ୍ଲୋବାଲ ୱାର୍ମିଂର ପ୍ରଭାବ ମଣିଷର ଜୀବନକୁ ଦୁର୍ବିସହ କରିବାରେ ଲାଗିଛି । ଦେଖାଦେଇଛି ଭୂତଳ ଜଳସ୍ତର ହ୍ରାସ, ବିବର୍ତମାନ ପରିବେଶ, ଜଳବାୟୁ ଓ ବିପର୍ଯ୍ୟୟମୁଖୀ ସବୁଜିମା ଜୀବଜଗତକୁ ଠେଲି ଦେଇଛି । ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ବନ ତଥା ବନ୍ୟଜନ୍ତୁଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏସବୁକୁ ଦୃଷ୍ଟିରେ ରଖି ପ୍ରତିଦିନ ଆସନ୍ତୁ ଗଛ ଲଗାଇବା ବୋଲି ଶ୍ରୀ ସାହୁ କହିଥିଲେ । ସେବା ପ୍ରତିନିଧିର ନିଳମଣି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ସ୍ମଶାନ ସଫେଇ କରାଯାଇଥିଲା । ଏଥିରେ ସୌଦାମିନୀ ସାମଲ, ସସ୍ମିତା ବିଶ୍ୱାଳ, ଶେଖ ତାହାର, ହୃଷୀ ବେହେରା, ଅଶୋକ ମହାରଣା, ମହମ୍ମଦ ଅଫସର, ପ୍ରମୋଦ ପ୍ରଧାନ, ପଦୀପ ଶତପଥୀ, ବିଜୟ ପ୍ରଧାନ, କାଳନ୍ଦି ସ୍ୱରଇଁ, ଟିକି ଚମ୍ପତି, ଜ୍ଞାନେନ୍ଦ୍ର ନନ୍ଦ, ଅନଙ୍ଗ ଦାଶ, ବିଜୟ ସ୍ୱାଇଁ, ପ୍ରଭାକର ପ୍ରଧାନ, ସଦିକ ଅଲ୍ଲୀ, ଅରୁଣ ଜେନା, ମନୋଜ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।