
ପ୍ରଥମେ ଚକ୍ରରାଜ, ପରେ ବଡ଼ଠାକୁର ବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ଗୋଟି ପହଣ୍ଡିରେ ଶ୍ରୀବତ୍ସଖଣ୍ଡଶାଳକୁ ବିଜେ କଲେ | ମହାପ୍ରଭୁ ସିଂହଦ୍ୱାର ପାଖରେ ପହଞ୍ଚିବା ପରେ କିଛି ସମୟ ପାଇଁ ଦ୍ୱାର ବନ୍ଦ କରାଯାଇଥିଲା |
ମା ମହାଲକ୍ଷ୍ମୀ ଭେଟ ମଣ୍ଡପକୁ ଆସି ଦ୍ୱାର ବନ୍ଦ କରିଥିଲେ ଏବଂ ମହାପ୍ରଭୁ ଜଗନ୍ନାଥ ମା ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥିଲେ |ଦ୍ୱିତୀୟ ଥର ପାଇଁ ମହାପ୍ରଭୁଙ୍କୁ ଜୟ ବିଜୟ ଦ୍ୱାର ନିକଟରେ ପରମ୍ପରା ଅନୁସାରେ ଭିତରପଟୁ ଦ୍ୱାରବନ୍ଦ କରାଯାଇଥିଲା ଏବଂ ମହାପ୍ରଭୁ ଶେଷରେ ନୀଳ କନ୍ଦରକୁ ବିଜେ କରିଥିଲେ |
ଏ ଵର୍ଷ ଘୋଷଯାତ୍ରା ସୁରୁଖୁରୁରେ ସମ୍ପୂର୍ଣ୍ଣ ହୋଇ ଥିବାରୁ ଶ୍ରଦ୍ଧାଳୁ ମାନେ ଖୁସି |