କନ୍ଧମାଳ – ଖଜୁରିପଡା ଥାନା ଅଂଚଳର ଜଣେ ନାବାଳିକାକୁ ଘରେ ରଖିଥିବାରୁ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ ଧମକ ମିଳିବା ପରେ ପୀଡିତାର ପରିବାର ବାଧ୍ୟ ହୋଇ ତାକୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛି । ଗତ ମଙ୍ଗଳବାର ଜିଲ୍ଲା ଶିଶୁ ମଙ୍ଗଳ କମିଟି ଉକ୍ତ ପୀଡିତା ନାବାଳିକାକୁ ଜି ଉଦୟଗିରି ସ୍ଥିତ ଏକ ଶିଶୁ ଗୃହକୁ ପଠାଇ ଦେଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଖଜୁରିପଡା ପଂଚାୟତ ଅଂଚଳର ୧୭ ବର୍ଷର ନାବାଳିକାକୁ ତାଙ୍କରି ଗ୍ରାମର ଜଣେ ବିବାହିତା ଯୁବକ କାଳିଆ ଓରଫ ଦଜ୍ନେନ୍ଦ୍ର ବେହେରା ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବାରୁ ନାବାଳିକା ଜଣକ ୫ ମାସର ଗର୍ଭବତୀ ହୋଇଥିଲେ । ଏହି ଖବର ଜଣାପଡିବା ପରେ ଚାଇଲ୍ଡ ଲାଇନ ଉକ୍ତ ନାବାଳିକାକୁ ଉଦ୍ଧାର କରି ଖଜୁରିପଡା ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ପାଇ ପୁଲିସ ଗତ ମାସ ୩୦ ତାରିଖରେ ୭୭ା୨୦୧୯ ମାମଲା ରୁଜୁ କରିଥିଲା । ତେବେ ଅଭିଯୁକ୍ତ କାଳିଆ ଫେରାର ହୋଇଯାଇଥିବାରୁ ସେତେବେଳେ ପୁଲିସ ଗିରଫ କରି ପାରିନଥିଲା । ପୀଡିତା ନାବାଳିକାକୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ହାଜାର କରା ଯାଇଥିଲା । ଶିଶୁ ମଙ୍ଗଳ କମିଟି ପୀଡିତାକୁ ଶିଶୁ ଗୃହରେ ଛାଡିବାକୁ ନିଷ୍ପତି କରିିଥିଲେ । ତେବେ ପୀଡିତା ଶିଶୁ ଗୃହକୁ ଯିବାକୁ ରାଜି ନହେବାରୁ ତାକୁ ନିଜ ପରିବାରକୁ ହସ୍ତାନ୍ତର କରିଥିଲେ ।ଗତ ୨ ତାରିରେ ଅଭିୁକ୍ତକୁ ପୁଲିସ ଗିରଫ କିରି କୋର୍ଟ ଚାଲାଣ କରିଜଥିଲା । ତେବେ ପୀଡିତା ତାଙ୍କ ଜାତି ଠାରୁ ଛୋଟ ଜାତିର ଲୋକଙ୍କ ସହ ସମ୍ପର୍କ ରଖିଥିବାର ଅଭିଯୋଗ କରି ତାଙ୍କ ଜାତିର ସମାଜ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରିବାର ଧମକ ଦେଇଥିଲା । ଫଳରେ ବାଧ୍ୟ ହୋଇ ପୀଡିତାଙ୍କ ପରିବାର ବାଧ୍ୟ ହୋଇ ତାକୁ ସିଡବ୍ଲୁସିକୁ ହସ୍ତାନ୍ତର କରିଥିବା ବେଳେ ସିଡବ୍ଲୁସି ପୀଡିତାଙ୍କୁ ଜି ଉଦୟଗିରି ସ୍ଥିତ ଏକ ଶିଶୁ ଗୃହକୁ ପଠାଇ ଦେଇଛି । ଏ ସମ୍ପର୍କରେ ପୀଡିତାଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ଝିଅ ତାଙ୍କ ଜାତି ଠାରୁ ଛୋଟ ଜାତିର ପୁଅ ସହ ସମ୍ପର୍କ ରଖିଥିବାରୁ ତାଙ୍କ ସମାଜ ଏହକୁ ଗ୍ରହଣ କରିନଥିଲା । ଗ୍ରାମରେ ଝିଅ ରହିଲେ ତାଙ୍କ ପରିବାରକୁ ଜାତିରୁ ବାସନ୍ଦ କରିଦେବେ ବୋଲି ସମାଜ ତାଙ୍କୁ କହିବାରୁ ବାଧ୍ୟ ହୋଇ ଝିଅକୁ ସିଡବ୍ଲୁସିକୁ ହସ୍ତାନ୍ତର କରିଥିବା କହିଛନ୍ତି । ତେବେ ବାସନ୍ଦ ଭୟରେ ପୀଡିତାଙ୍କୁ ସିଡବ୍ଲୁସିକୁ ହସ୍ତାନ୍ତର୍ର କରାଯାଇଥିବା ସମ୍ପର୍କରେ ସିଡବ୍ଲୁସି ଅଧ୍ୟକ୍ଷ ସୁରେଶ ବେହେରା ଓ ଡିସିପିଓ ରଶ୍ମିତା କରଣ ଅସ୍ୱୀକାର କରିଛନ୍ତି । ପୀଡିତାଙ୍କ ବାପା ଝିଅକୁ ଘରେ ରଖିବା ପାଇଁ ସକ୍ଷମ ନଥିବା କହିବାରୁ ପୀଡିତାଙ୍କୁ ଶିଶୁଗୃହକୁ ପଠା ଯାଇଛି ବୋଲି କହିଛନ୍ତି । ଥାନାଧିକାରୀ ରମାକାନ୍ତ ପାତ୍ର ମଧ୍ୟ ବାସନ୍ଦ ନେଇ କୌଣସି ଅଭିଯୋଗ ଥାନାରେ ହୋଇନଥିବା କହିଛନ୍ତି । ବାସନ୍ଦ ଯୋଗୁଁ ପରିବାର ପୀଡିତାକୁ ସିଡବ୍ଲୁସିକୁ ହସ୍ତାନ୍ତର କରିଥିବା ଅଭିଯୋଗ ଉପରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ପଚାରିବାରେ ଏନେଇ ତଦନ୍ତ କରାଯିବ ଏବଂ ଏଥିରେ ସତ୍ୟତା ଥିଲେ ନିଶ୍ଚିତ ଭାବେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
Related Stories
November 25, 2024