ସାନଖେମୁଣ୍ଡି :ରାଜ୍ୟ ସରକାରଙ୍କ ବିଭିନ୍ନ ସମାଜ ମଙ୍ଗଳ ଯୋଜନାକୁ ସଫଳ ରୂପାୟନ ପାଇଁ ପଞ୍ଚାୟତକୁ ପ୍ରଗତିର ଗବେଷଣାଗାର ରୁପେ ରଖୁଥିବାରୁ ପଞ୍ଚାୟତରେ କରାଯାଇଥିବା ଜନହିତକର ଯୋଜନାର ସାଧାରଣରେ ପଡୁଥିବା ପ୍ରଭାବ ଓ କାର୍ଯ୍ୟକୁ ନେଇ ସଂପ୍ରତି ‘ମୋ ନିବେଦନ’ କୁ ସରକାର ପ୍ରଚଳିତ କରିଛନ୍ତି l ପ୍ରଚଳିତ ବ୍ୟବସ୍ଥାର ପଞ୍ଚାୟତ ସ୍ତରରେ ଥିବା ପ୍ରଗତିର ଅସମାତାକୁ ଦୂରୀକରଣ କରିବା ସହିତ ସାଧାରଣ ହିତାଧିକାରୀଙ୍କ ଅଭାବ ଓ ଅଭିଯୋଗ ବ୍ଲକ ସ୍ତରୀୟ କର୍ମଚାରୀ ଓ ଅଧିକାରୀଙ୍କ ଦ୍ୱାରା ସଂଗୃହିତ ହୋଇଅଛି l ଏହି ପରିପ୍ରେକ୍ଷରେ ସାନଖେମୁଣ୍ଡି ବ୍ଲକର ତିନୋଟି ପଞ୍ଚାୟତ ଗୌତମୀ, କଲରାପଦର ଓ ଦୟାନିଧିପୁର ପଞ୍ଚାୟତର ମିଳିତ ‘ମୋ ନିବେଦନ’ କାର୍ଯ୍ୟକ୍ରମ ଆଜି ଗୌତମୀ ଠାରେଅନୁଷ୍ଠିତ ହୋଇଅଛି lଗୌତମୀ ସରପଞ୍ଚ ଶ୍ରୀ ସୁଶାନ୍ତ ସ୍ବାଇଁ ,କଲରାପଦର ସରପଞ୍ଚ ଶ୍ରୀ ଲଡୁ କିଶୋର ସେଠୀ,ଦୟାନିଧିପୁର ସରପଞ୍ଚ ଶଶୀ ନାଈକଙ୍କ ମିଳିତ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡିର ନୂତନ ବିଡ଼ିଓଙ୍କ ପ୍ରଥମ କାର୍ଯ୍ୟକ୍ରମ ସହିତ ମୁଖ୍ୟ ଅତିଥି ଭାବେ ସଭାକାର୍ଯ୍ୟ ପରିଚାଳନା କରି ସରକାରଙ୍କ ଯୋଜନା ବିଷୟରେ ଅଭିଵ୍ୟକ୍ତ ରଖିଥିଲେ l ଏଥି ସହିତ ସରକାରଙ୍କ ଯୋଜନାକୁ ଉପଯୁକ୍ତ ହିତାଧିକାରୀଙ୍କୁ ଚୟନ କରି ପ୍ରଦାନ କରିବାକୁ ଆହ୍ୱାନ କରିଥିଲେ l ସାନଖେମୁଣ୍ଡି ସିଡିପିଓ ,ଶ୍ରୀମତୀ ବୈଜୟନ୍ତି ମୁଣ୍ଡା, ନିର୍ବାହୀ ଅଧିକାରୀ ନିପମାନନ୍ଦ ପାଣିଗ୍ରାହୀ, ରାଜେନ୍ଦ୍ର ରେଡି, ପଞ୍ଚାନନ ଜେନା, ପ୍ରମୁଖ ସହ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ଅଂଶ ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗୌତମି ପଞ୍ଚାୟତର ସର୍ବାଧିକ 550,କଲରାପଦରରୁ 220, ଦୟାନିଧିପୁରରୁ 40 ଗୋଟି ଆବେଦନ ପତ୍ର ଗୃହୀତ ହୋଇଥିଲା l
ରିପୋର୍ଟ-ପ୍ରଫୁଲ ସାବତ