-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୯୫ଟି କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୫୬୭ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସେହିପରି ଖୋର୍ଧା ଜିଲ୍ଲାରେ ୮୬୮, କଟକ ଜିଲ୍ଲାରେ ୬୨୦, ଯାଜପୁର ଜିଲ୍ଲାରେ ୫୩୭, ଗଜପତି ଜିଲ୍ଲାରେ ୪୪୨, ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।
ବାଲେଶ୍ୱର ଜିଲ୍ଲାରେ ୩୭୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୨୯୯, ପୁରୀ ଜିଲ୍ଲାରେ ୨୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ୨୫୧, ଭଦ୍ରକ ଜିଲ୍ଲାରେ ୨୩୨, ସୁନ୍ଦରଗଡ ଜିଲ୍ଲାରେ ୨୧୭, ମୟୁରଭଂଜ ଜିଲ୍ଲାରେ ୨୧୫, କନ୍ଧମାଳ ଜିଲ୍ଲାରେ ୧୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବଲାଙ୍ଗୀର ଜିଲ୍ଲାରେ ୧୮୭, ନୟାଗଡ ଜିଲ୍ଲାରେ ୧୫୮ ତଥା କେନ୍ଦୁଝର ଜିଲ୍ଲାରେ ୧୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆ ଯାଇଛି ।
ଝାରସୁଗୁଡା ଜିଲ୍ଲାରେ ୧୧୮, ନୂଆପଡା ଜିଲ୍ଲାରେ ୮୨, ଢେଙ୍କାନାଳ ଜିଲ୍ଲାରେ ୮୦, କଳାହାଣ୍ଡି ଜିଲ୍ଲାରେ ୭୧ ଓ ବରଗଡ ଜିଲ୍ଲାରେ ୧୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ଜିଲ୍ଲାରେ ୭୧, ମାଲକାନଗିରି ଜିଲ୍ଲାରେ ୧୦୬, ସମ୍ବଲପୁର ଜିଲ୍ଲାରେ ୫୬, ଦେବଗଡ ଜିଲ୍ଲାରେ ୬୨ ଓ ବୌଦ୍ଧ ଜିଲ୍ଲାରେ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାୟଗଡା ଜିଲ୍ଲାରେ ୩୯, ସୋନପୁର ଜିଲ୍ଲାରେ ୩୭. ନବରଙ୍ଗପୁର ଜିଲ୍ଲାରୁ ୪୨ ଜଣ କୋରାପୁଟ ଜିଲ୍ଲାରେ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।