
ଜଗନ୍ନାଥପ୍ରସାଦ :ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରବାର ଜଗନ୍ନାଥପ୍ରସାଦ ରେ ପହଞ୍ଚି କୋଭିଡ -୧୯ ନିୟନ୍ତ୍ରଣ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି।ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣୀ ମଣ୍ଡପଠାରେ ଆୟୋଜିତ ପରାମର୍ଶ ସଭାରେ ସେ ଉପସ୍ଥିତ ସରକାରୀ କର୍ମଚାରୀ ଏବଂ ପଞ୍ଚାୟତ ଜନପ୍ରତିନିଧି ମାନଙ୍କୁ ସଚେତନ କରାଇଥିଲେ।କରୋନା ସଂକ୍ରମଣ ବଢୁଛି।ସତର୍କତା କମୁଛି। ଜନସାଧାରଣ କରୋନା କୁ ବେଶ ହାଲୁକାଭାବେ ନେଉଛନ୍ତି।ସାମାଜିକ ଦୂରତା ଓ ମାସ୍କ୍ ପିନ୍ଧିବାକୁ ଲୋକେ ଭୁଲି ଯାଉଛନ୍ତି।ଦୋକାନ ବଜାରରେ ଅସମ୍ଭାଳ ଭିଡ଼ ମଧ୍ୟ ପରିଲକ୍ଷିତ ହେଉଛି।ପ୍ରବାସୀଙ୍କ ଆସିବା ବହୁମାତ୍ରାରେ କମିଥିବା ବେଳେ ପଜିଟିଭ୍ ମାମଲା ବଢୁଛି।ହୋମ କ୍ବାରେଣ୍ଟାଇନ ନିୟମର ଖୋଲା ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସେ ଉପସ୍ଥିତ ପୋଲିସ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସମସ୍ତ ପଞ୍ଚାୟତରେ ଖୁବ୍ ଶୀଘ୍ର କୋଭିଡ କେୟାର ହୋମ ଖୋଲାଯିବ।ସେଠାରେ ଥଣ୍ଡା,କାଶ ଓ ଜ୍ଵର ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ ରଖାଯିବ।ସେମାନଙ୍କର ନମୁନା ପରୀକ୍ଷା ପରେ ଯଦି ପଜିଟିଭ୍ ଆସେ ତେବେ ତାଙ୍କୁ କୋଭିଡ ହସ୍ପିଟାଲ୍ ପଠାଯିବ।
ଏଥିପାଇଁ ଘର ଘର ବୁଲି ସର୍ଭେ କାମ ଚାଲୁରହିିଥିବା ସେ କହିଥିଲେ।ପ୍ରତି ପଞ୍ଚାୟତ ସ୍ତରରେ ଖୁବଶିଘ୍ର ତାଲିମ ପ୍ରାପ୍ତ କୋଭିଡ ନିୟନ୍ତ୍ରଣ ସହାୟକ ମାନଙ୍କୁ ନିଯୁକ୍ତି ଦିଆଯିବ ସରପଞ୍ଚ ମାନଙ୍କ ସହ ଯୋଗାଯୋଗ କରି ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ଶେଷରେ ସମସ୍ତେ ସୁରକ୍ଷିତ ରହିବା ସହ କୋଭିଡ ନିୟନ୍ତ୍ରଣ ପାଇଁ ଆବଶ୍ୟକ ସହଯୋଗ କରିବାକୁ କହିଥିଲେ।ସଭାରେ ଗଞ୍ଜାମ ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ,ଜଗନ୍ନାଥ ପ୍ରସାଦ ତହସିଲଦାର ବାସୁଦେବ ପାଣ୍ଡେ ,ବିଡ଼ିଓ ସୁରେଶ ଚନ୍ଦ୍ର ପଣ୍ଡା , ବ୍ଳକ ଅଧକ୍ଷା ଗୀତାଞ୍ଜଳି ବେହେରା , ବ୍ଳକ ସହକାରୀ ଯନ୍ତ୍ରୀ , ଆଇ ଆଇ ସି, ଯୁବରାଜ ସ୍ୱାଇଁ ,ସିଡିପିଓ ମଣି ବାଳI , ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ମାନେ ଉପସ୍ଥିତ ଥିଲେ।
ଗଞ୍ଜାମ
ଜଗନ୍ନାଥପ୍ରସାଦ ରୁ
ଚିତ୍ତରଞ୍ଜନଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO