
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ- ଆଜି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ସୁନାବେଶରେ ଦର୍ଶନ ଦେବେ |ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଅନୁସାରେ ବିନା ଭକ୍ତରେ ବାହୁଡ଼ାଯାତ୍ରା ଏବଂ ସୁନାବେଶ କରାଯିବ ସେଥିପାଇଁ କଡା ସୁରକ୍ଷା ମଧ୍ୟରେ ଗତକାଲି ବାହୁଡ଼ାଯାତ୍ରା ନିରାପଦ ଓ ସୁରକ୍ଷିତ ଭାବରେ ସମ୍ପୂର୍ଣ୍ଣ ହୋଇଛି | |କୋଭିଡ କଟକଣା ମଧ୍ୟରେ ନିଜ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହିଲାପରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଫେରିଛନ୍ତି |
ପରମ୍ପରା ଅନୁସାରେ ୯ ଦିନ ରହି ଫେରିବା ପରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ଶ୍ରୀମନ୍ଦିର ସମ୍ମୁଖରେ ତିନିରଥରେ ବିରାଜ ମାନ |କେବଳ ସେବାୟତ ଓ ସୁରକ୍ଷା କର୍ମୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ସାମିଲ କରାଯିବ ନାହିଁ |ଚତୁର୍ଧାମୂର୍ତ୍ତି ସୁନାବେଶରେ ଦର୍ଶନ ଦେବେ ଯାହାକି କୋଭିଡ କଟକଣା ପାଇଁ ଭକ୍ତ ମାନେ ଟିଭି ମାଧ୍ୟମରେ ଦର୍ଶନ କରିପାରିବେ, ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି |
କରୋନା ପ୍ରକୋପ ବଢୁଥିବାରୁ ଯେଉଁ ମାନଙ୍କୁ ଏହି ସୁନାବେଶରେ ସାମିଲ କରାଯାଇଛି ସେମାନଙ୍କର ୨ ଥର କୋଭିଡ ଟେଷ୍ଟ କରାଯାଇଛି ଏବଂ ସମସ୍ତେ ନେଗେଟିଭ ବୋଲି ରିପୋର୍ଟ ଆସିଥିଲା| ୩ ଜୁଲାଇରେ ମହାପ୍ରଭୁଙ୍କର ଅଧରପଣା ଏବଂ ଚାରି ଜୁଲାଇରେ ନୀଳାଦ୍ରି ବିଜେ କରିବାର ସମୟ ନିର୍ଧାରଣ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କରାଯାଇଛି|
ଆଜି ଦ୍ଵାଦଶୀ,
ବଡ଼ ତଢ଼ାଉ ବେଶ ବା ସୁନାବେଶ ନୀତି ନିର୍ଧାରଣ ସମୟ
୩ରଥ ମଙ୍ଗଳଆଳତି ପ୍ରାତଃ ଘ.୬.୦୦ରୁ ଘ.୬.୩୦
ମଇଲମ-ତଡ଼ପଲାଗି ଘ.୭,୦୦
ଅବକାଶ ଘ.୮.୦୦
ବେଶଶେଷ ଘ.୯.୦୦
ଗୋପାଳବଲ୍ଲଭ ଘ.୧୦,୦୦ରୁ ଘ. ୧୦.୩୦
ସକାଳଧୂପ ଘ.୧ ୧.୦୦ରୁ ଘ.୧ ୨.୦୦
ମଇଲମ । ଘ.୧ ୨.୩୦
ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ ଘ. ୧.୦୦
ବେଶଶେଷ ଘ.୧.୩୦
ମଧାହ୍ନ ଧୂପ ଘ. ୨.୦୦ ରୁ ଘ୩.୦୦
ମଇଲମ ଘ.୩.୩୦
ମେକାପ ସର୍ବାଙ୍ଗ ଘ.୪.୦୦
ସୁନାବେଶ ଘ.୪.୦୦ରୁ ଘ.୫.୩୦
ସନ୍ଧ୍ୟା ଆଳତି ଘ. ୬.୦୦
|ସନ୍ଧ୍ୟାଧୂପ ଘ.୮.୦୦ରୁ ଘ.୯,୦୦
ସୁନାବେଶ ମଇଲମ ଘ. ୧୧.୦୦ରୁ ଘ.୧ ୨.୦୦
ଚନ୍ଦନଲାଗି ଘ.୧୨.୩୦
ବଡ଼ସିଂହାର ବେଶ ଘ. ୧,୦୦
ବଡ଼ସିଂହାର ଭୋଗ ଘ, ୧,୩୦
ରାତ୍ର ପହୁଡ଼ ଘ. ୨,୦୦
ଆଜି ଚତୁର୍ଧାମୂର୍ତ୍ତି ସୁନାବେଶରେ ଦର୍ଶନ ଦେବାକୁ ଥିବାବେଳେ ମହାପ୍ରଭୁଙ୍କ ନୀତି ଆରମ୍ଭ ହେଇସାରିଛି|ମଇଲମ-ତଡ଼ପଲା , ଅବକାଶ, ବେଶଶେଷ, ଗୋପାଳବଲ୍ଲଭ ସମ୍ପୂର୍ଣ୍ଣ ହୋଇଛି | କୋଭିଡ କଟକଣାକୁ ସମସ୍ତେ ମାନି ଘରେରହି ସହଯୋଗ କରିଥିବାରୁ ଗତକାଲିର ବାହୁଡ଼ାଯାତ୍ରା ସୁରକ୍ଷିତ ଭାବରେ ସମ୍ପୂର୍ଣ୍ଣ ହୋଇଛି| ସେଥିପାଇଁ ଶ୍ରୀମନ୍ଦିର ସ୍ଥାଇ ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଓ ଶ୍ରୀମନ୍ଦିର ସଂଚାଳକ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି |