-
ଆସନ୍ତା କାଲି ଦିନ ଚାରି ଟା ସମୟରେ ସୁନାବେଶରେ ଦର୍ଶନ ଦେବେ ଚତୁର୍ଧାମୂର୍ତ୍ତି
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଅନୁସାରେ ବିନା ଭକ୍ତରେ ସମ୍ପୂର୍ଣ୍ଣ ହୋଇଛି ବାହୁଡ଼ାଯାତ୍ରା |କୋଭିଡ କଟକଣା ମଧ୍ୟରେ ନିଜ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହିଲାପରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଫେରିଛନ୍ତି ||ନିର୍ଧାରିତ ସମୟ ପୂର୍ବରୁ ପହଣ୍ଡି ସର୍ବପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରି ରଥକୁ ଅଣାଗଲା |ଚକ୍ରରାଜ ସୁଦର୍ଶନଙ୍କ ପରେ ଭଗବାନ ବଳଭଦ୍ର, ଦେବୀ ସୁଭଦ୍ରା ଓ ଜଗନ୍ନାଥ ମହାପ୍ରଭୁଙ୍କୁ ପହଣ୍ଡି କରାଯାଇ କରାଯାଇ ରଥକୁ ଅଣାଯାଇଥିଲା |ଏହାପରେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଛେରା ପହଁରା କରିବା ପରେ ରଥଟଣା ଯାଇଥିଲା |
ପରମ୍ପରା ଅନୁସାରେ ୯ ଦିନ ପରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଶ୍ରୀମନ୍ଦିର ଫେରନ୍ତି ଏହି ଯାତ୍ରାକୁ ବାହୁଡ଼ାଯାତ୍ରା କୁହାଯାଏ |କରୋନା ପ୍ରକୋପ ବଢୁଥିବାରୁ ଯେଉଁ ମାନଙ୍କୁ ଏହି ବାହୁଡ଼ାଯାତ୍ରା ରେ ସାମିଲ କରାଯାଇଛି ସେମାନଙ୍କର ୨ ଥର କୋଭିଡ ଟେଷ୍ଟ କରାଯାଇଛି ଏବଂ ସମସ୍ତେ ନେଗେଟିଭ ବୋଲି ରିପୋର୍ଟ ଆସିଥିଲା | କେବଳ ସେବାୟତ ଓ ସୁରକ୍ଷା କର୍ମୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ସାମିଲ କରାନଯାଇ ବିନା ଭକ୍ତରେ ବାହୁଡ଼ାଯାତ୍ରା ସମ୍ପୂର୍ଣ୍ଣ ହୋଇଛି |
ବର୍ତ୍ତମାନ ରଥଯାତ୍ରା ତିନୋଟି ଶ୍ରୀମନ୍ଦିର ସମ୍ମୁଖରେ ଲାଗିଯାଇଛି ଏବଂ ଆସନ୍ତା କାଲି ଦିନ ଚାରି ଟା ସମୟରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ସୁନାବେଶରେ ଦର୍ଶନ ଦେବେ ଯାହାକି କୋଭିଡ କଟକଣା ପାଇଁ ଭକ୍ତ ମାନେ ଟିଭି ମାଧ୍ୟମରେ ଦର୍ଶନ ପାଇପାରିବେ |୩ ଜୁଲାଇରେ ମହାପ୍ରଭୁଙ୍କର ଅଧରପଣା ଏବଂ ଚାରି ଜୁଲାଇରେ ନୀଳାଦ୍ରି ବିଜେ କରିବାର ସମୟ ନିର୍ଧାରଣ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କରାଯାଇଛି.