![](https://indokalingtimes.com/wp-content/uploads/2020/06/ikt.jpeg)
ଭୁବନେଶ୍ୱର-ଆଜିଠୁ ଅନଲାଇନ ସହ ଅଫଲାଇନରେ ବି ମିଳିବ ମଦ । ସକାଳ 7ରୁ ସନ୍ଧ୍ୟା 6 ଯାଏଁ ମଦ ବିକ୍ରି ପାଇଁ ଅନୁମତି ମିଳିଛି । ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ମିଳିଛି । ସେହିପରି ମଦ ଦୋକାନୀଙ୍କ ଲାଇସେନ୍ସ ଫି କୁ ମଧ୍ୟ ଛାଡ କରାଯାଇଛି । ବିଦେଶୀ ଦୋକାନୀଙ୍କ ପାଇଁ ଦୁଇ ମାସ ଲାଇସେନ୍ସ ଫି ଛାଡ କରାଯାଇଥିବା ବେଳେ ଦେଶୀ ଦୋକାନୀଙ୍କ ପାଇଁ ତିନି ମାସ ଲାଇସେନ୍ସ ଫି ଛାଡ କରାଯାଇଛି । ପୂର୍ବରୁ କେବଳ ଅନଲାଇନରେ ବିକ୍ରି ହେଉଥିଲା ମଦ । ତେବେ ଆଜିଠାରୁ କାଉଣ୍ଟରରେ ମଦ ମିଳିବ ।ସନ୍ଧ୍ୟାକାଳୀନ ଭିଡକୁ ଏଡାଇବା ପାଇଁ ସକାଳ 7ଟାରୁ ସନ୍ଧ୍ୟା 6 ଯାଏଁ ମଦ ବିକ୍ରି ହେବ।