ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ଜିଲ୍ଲାରେ ମୋଟ ୧୭ଜଣ ପୁଲିସ କର୍ମଚାରୀ ଙ୍କ ଦେହରେ କରୋନା ପଜିଟିଭ ଆସିଛି । ପ୍ରଥମେ ୭ ପରେ ଏକ ଓ ମଙ୍ଗଳାର ଆଉ ୯ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ମିଳିଛି । ମଙ୍ଗଳବାର ଦିନ ଚିହ୍ନଟ ହୋଇଥିବା ୯ଜଣ ହେଲେ ସଦର ଥାନାର ୬, ବ୍ରହ୍ମପୁର ଟ୍ରାଫିକ ଥାନାର ୨ ଓ ଗୋଳନ୍ଥରା ଥାନାର ଜଣେ ବୋଲି ଜଣାପଡ଼ିଛି । ସମସ୍ତଙ୍କୁ ଟାଟା କୋଭିଡ଼ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତେ ସୁସ୍ଥ ଅଛନ୍ତି ଖୁବ୍ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଜିଲ୍ଳା ପୁଲିସ ପକ୍ଷରୁ ଟ୍ୱିଇଟ କରି କୁହାଯାଇଛି । ସୂଚନା ଥାଉ କି ପୂର୍ବରୁ ଗୋପାଳପୁର ଥାନାରୁ ୫, ଗୋଳନ୍ଥରା ଥାନାରୁ ୨, ସଦର ଥାନାର ଜଣେ ସବ୍ଇନିସ୍ପେକ୍ଟରଙ୍କ ପରେ ଆଜି ୯ଜଣଙ୍କ ଦେହରେ କରୋନା ପଜିଟିଭ ଆସିଛି ।
Related Stories
November 22, 2024