ବିଶ୍ୱ ମହାମାରୀ ସମୟରେ କରୋନାକୁ ଅତି ନିକଟରୁ ମୁକାବିଲା କରୁଥିବା ଜିଲ୍ଲାର ପ୍ରକୃତ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତ୍ତି ନିଆ ଯାଇଛି। ଏହି ଶୃଙ୍ଖଳାରେ ପୋଲିସ ବିଭାଗ, ଜିଲ୍ଲା ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି, ଡାକ୍ତର, ସଫେଇ କର୍ମଚାରୀ, ବିଭିନ୍ନ ସାମାଜିକ ଅନୁଷ୍ଠାନମାନଙ୍କୁ ‘କରୋନା ଯୋଦ୍ଧା’ ଭାବରେ ସମ୍ବର୍ଦ୍ଧନା ଦିଆଯାଇ ପ୍ରୋତ୍ସାହିତ କରାଯିବ।
ଏହି ଅଭିନବ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଆଜି ବାଲେଶ୍ଵରର ପୂର୍ବାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ଦୀପ୍ତେଶ ପଟ୍ଟନାୟକଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ପ୍ରଥମ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ସଭାପତି ସୀମନ ଦାସମହାପାତ୍ର। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହାସଚିବ କୁଶାଲ ଚାଟାର୍ଜୀ, ଟାଉନ୍ ସଭାପତି ବ୍ରଜ କିଶୋର ପ୍ରଧାନ, ଉପସଭାପତି ସୀମନ ସାମଲ, ମନୋରଞ୍ଜନ ମହାରଣା, ସାଧାରଣ ସମ୍ପାଦକ କିରଣ ନାଥ, ସୁଶୀଲ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ଚାଲୁ ରହିବ ବୋଲି ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।