
ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ନୂଆ ୧୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୨ କୁ ବୃଦ୍ଧି ପାଇଛି । ସେହିପରି ଜିଲ୍ଲାରେ ମୋଟ୍ ସୁସ୍ଥ ସଂଖ୍ୟା ୯୯୩ ରେ ପହଂଚିଛି । ଜିଲ୍ଲାରେ କରୋନାଜନିତ ସକ୍ରିୟ ମାମଲା ୪୬୪ ରହିଛି ।
ଜିଲ୍ଲାରେ କରୋନାରେ ଆଜି ଆଉ ଜଣକର ମୃତ୍ୟୁ ଘଟିଛି । ମୃତକ ଜଣେ ୫୨ ବର୍ଷିୟ ବ୍ୟକ୍ତି । ସେ ପୂର୍ବରୁ ଫୁସଫୁସ୍ କ୍ୟାନେସର୍ ରେ ପୀଡ଼ିତ ଥବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ । ଏହାକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫ କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି ।