
ଖୋର୍ଦ୍ଧା– ଖୋର୍ଦ୍ଧା ସବଡ଼ିଭିଜନରେ ଏଣିକି ସକାଳ ୫ଟା ରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର । ପୂର୍ବରୁ ସକାଳ ୭ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା ଦୋକାନ ବଜାର । ତେବେ ରାତି ୯ଟା ଠାରୁ ଭୋର୍ ୫ଟା ଯାଏଁ କର୍ଫ୍ୟୁ ବଳବତର ରହିବ । ପୂର୍ବଭଳି ପ୍ରତି ଶନିବାର ଓ ରବିବାର ସପ୍ତାହରେ ଦୁଇଦିନ ଜିଲ୍ଲାରେ ସଟ୍ ଡାଉନ୍ ଜାରୀ ରହିବ । କରୋନା ସଂକ୍ରମଣକୁ ଏଡାଇବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।