
ଭୁବନେଶ୍ୱର– ରାଜ୍ୟରେ ଆଜି ଆଉ ୨୦୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୭୦୬୫ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୨୦୬ ଜଣଙ୍କ ମଧ୍ୟରୁ ୧୯୨ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୨ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସେହିପରି ପଶ୍ଚିମବଙ୍ଗରୁ ଅମ୍ଫାନ ଡ୍ୟୁଟି ସାରି ଫେରିଥିବା ଜଣେ ଏନଡିଆରଏଫ ଜବାନ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୩୬ ଟି ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୬ ଜଣ, ବାଲେଶ୍ୱର ଜିଲ୍ଲାରେ ୫ ଜଣ, ବଲାଙ୍ଗୀର ଜିଲ୍ଲାରେ ୧୬ ଜଣ, ବୌଦ୍ଧ ଜିଲ୍ଲାରେ ଜଣେ ତଥା କଟକ ଜିଲ୍ଲାରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଦେବଗଡରେ ୧୫, ଢେଙ୍କାନାଳ ଜିଲ୍ଲାରେ ୪ ଜଣ, ଗଂଜାମ ଜିଲ୍ଲାରେ ୩ ଜଣ, ଜଗତସିଂହପୁର ଜିଲ୍ଲାରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁର ଜିଲ୍ଲାରେ ୨୮, ଝାରସୁଗୁଡା ଜିଲ୍ଲାରେ ୩, କେନ୍ଦ୍ରାପଡା ଜିଲ୍ଲାରେ ୪ , କେନ୍ଦୁଝର ଜିଲ୍ଲାରେ ୬, ଖୋର୍ଧା ଜିଲ୍ଲାରେ ୭ ତଥା କୋରାପୁଟ ଜିଲ୍ଲାରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମୟୁରଭଂଜ ଜିଲ୍ଲାରେ ୭ ଜଣ, ନୟାଗଡ ଜିଲ୍ଲାରେ ଜଣେ, ପୁରୀ ଜିଲ୍ଲାରେ ଜଣେ, ସମ୍ବଲପୁର ଜିଲ୍ଲାରେ ୪ ଜଣ ତଥା ସୁନ୍ଦରଗଡ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।