ବ୍ରହ୍ମପୁର : ବିଜିପୁର ନିଳକଣ୍ଠନଗର ଅଞ୍ଚଳର ଜଣେ ଯୁବକ ପ୍ରଦୀପ୍ତ କିଶୋର ତ୍ରିପାଠୀ ଅନ୍ଲାଇନ୍ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ତାଙ୍କ ଅଜାଣତରେ ବିଜିପୁର ଶାଖାସ୍ଥିତ ଏସ୍ବିଆଇ ବ୍ୟାଙ୍କ ଜମା ଖାତାରୁ କେହି ଜଣେ ୧ଲକ୍ଷ ୧୩ହଜାର ଟଙ୍କା ଅନ୍ୟତ୍ର ସ୍ଥାନାନ୍ତର କରି ନେଇଥିବା ପ୍ରଦୀପ୍ତ ଅଭିଯୋଗ କରିଛନ୍ତି । ପ୍ରଦୀପ୍ତଙ୍କ ଅଭିଯୋଗ୍ରକମେ ଗତ ୨୭ତାରିଖ ସକାଳ ୬.୪୨ମିନିଟ୍ରେ ତାଙ୍କ ବ୍ୟାଙ୍କ ଖାତାରେ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ମ୍ୟାସେଜ୍ ଆସିଥିଲା । ସେଥିରେ ତାଙ୍କ ବ୍ୟାଙ୍କ ଜମାଖାତାରୁ ୧ଲକ୍ଷ ୧୩ହଜାର ଟଙ୍କା ଡିଡକ୍ଟ ହୋଇଥିବା ଦର୍ଶାଯାଇଥିଲା । ସେ ଏହାର ଅନୁଧ୍ୟାନ କରିବାକୁ ଦିଲ୍ଲୀସ୍ଥିତ ଏକ ଏଚ୍ଡିଏଫ୍ସି ବ୍ୟାଙ୍କ ଅଧିନରେ ଥିବା ଏକ ଜମାଖାତାକୁ ଉକ୍ତ ଜମାରାଶି ସ୍ଥାନାନ୍ତର ହୋଇଥିବା ଜାଣିବାକୁ ପାଇଲେ । ଠକେଇର ଶିକାର ହୋଇଥିବା ନିଶ୍ଚିତ ହେବାରୁ ସେ ଥାନାରେ ଏତଲା ଦେଇଛନ୍ତି । ଏଥିସହ ଏସ୍ବିଆଇର ବିଜିପୁର ବ୍ୟାଙ୍କ ଶାଖା ମ୍ୟାନେଜରଙ୍କୁ ମଧ୍ୟ ଅଭିଯୋଗ କରିଥିଲେ । କିନ୍ତୁ ଏବେ ସଟ୍ ଡାଉନ୍ ଜାରି ରହିଥିବାରୁ ବ୍ୟାଙ୍କ ବନ୍ଦ ରହିଛି । ବ୍ୟାଙ୍କ ଖୋଲିବା ପରେ ଯାହା ପଦକ୍ଷେପ ନେବେ ବୋଲି କହିଥିଲେ । ନିଜର ବ୍ୟାଙ୍କ ଖାତା ସମ୍ପର୍କରେ କୌଣସି ତଥ୍ୟ କାହାକୁ ଦେଇ ନଥିଲେ ମଧ୍ୟ ଏଭଳି ଠକେଇର ଶିକାର ହୋଇଥିବାରୁ ଏହା କୌଣସି ହ୍ୟାକରଙ୍କ କାମ ବୋଲି ପ୍ରଦୀପ୍ତ ସନ୍ଦେହ କରିଛନ୍ତି ।
Related Stories
November 22, 2024