
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୯/୦୬/୨0୨0,ଆକାଶବାଣୀ ପୁରୀର ଜୁନ29 ତାରିଖରେ 25ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳନ କରାଯାଇଛି।1995 ମସିହାର ଏହି ଦିନ ରେ ଆକାଶ ବାଣୀ ପୁରୀ ପ୍ରତିଷ୍ଠିତ ହୋଇଥିଲା।ଏହି ଅବସରରେ ବିଶେଷ କାର୍ଯ୍ୟକ୍ରମ (ରୂପେଲୀ ଆଶାର ବାଣୀ)ପ୍ରସ୍ତୁତ କରାଯାଇଥିଲା।ପୁରୀ ଜିଲ୍ଲା ର ବିଶିଷ୍ଟ ବ୍ୟକ୍ତି,ରାଜନେତା, ଶ୍ରୋତା , ପୂର୍ବତନ ଓ ବର୍ତ୍ତମାନର ଆକାଶ ବାଣୀ କର୍ମକର୍ତ୍ତାଙ୍କର ଅନୁଭୂତି, ଅଭିମତ ତଥା ଶୁଭେଚ୍ଛା ବାର୍ତ୍ତା ଏଥିରେ ସାମିଲ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ପ୍ରଯୋଜନା କରି ଥିଲେ ଆକାଶବାଣୀ ପୁରୀ ର ସହକାରୀ ନିର୍ଦ୍ଦେଶକ ଶ୍ରୀମତି କଳ୍ପନା ପରିଡା, ଉପସ୍ଥାପନା କରିଥିଲେ ସନ୍ତୋଷ ଲେଙ୍କା ଓ ଜ୍ଯୋତିର୍ମୟୀ ପଣ୍ଡା ।କାର୍ଯ୍ୟକ୍ରମ ସହାୟତା ଦିଲ୍ଲୀପ କୁମାର ନାୟକ।ବୈଷୟିକ ସହାୟତା ଯୋଗାଇ ଥିଲେ ଇଞ୍ଜିନିୟରିଂ ମୂଖ୍ୟ ଶ୍ରୀ ଜତିନ୍ଦ୍ର କର ।