
ବେଲଗୁଣ୍ଠା-ସମଗ୍ର ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗଥିବା ବେଳେ ଏହାର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଦିନରାତି ଏକ କରିଦେଇଛନ୍ତି ।ପ୍ରତି ବ୍ଳକ ସ୍ଥିତିକୁ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ନଜର ରହିଛି ।ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସଂଧ୍ୟା ୭ ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଳକ ଠାରେ ପହଞ୍ଚି କରୋନା ମୁକାବିଲା ପାଇଁ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି ।କରୋନା ସଚେତନତା ବ୍ୟାପକ କରିବା ସହ ପ୍ରତି ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ କୋଭିଡ କେୟାର ହୋମ ପ୍ରସ୍ତୁତ ରଖି ଲକ୍ଷଣ କରୋନାର ପ୍ରାଥମିକ ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ ଏଠାରେ ରଖିବା ସହ ଔଷଧ ଓ ଡାକ୍ତର ରହିବା ନେଇ ଗୁରୁତ୍ୱ ଦେଇଛନ୍ତି ।କୌଣସି ବାହାର ଲୋକଙ୍କ ଠାରେ କୋରୋନା ଚିହ୍ନଟ ହେଲେ ତାଙ୍କ ଆଖପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ସହ ତୁରନ୍ତ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରିବା ପାଇଁ ଉପସ୍ଥିତ ଥିବା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପଞ୍ଚାୟତ ଓ ଏନ୍.ଏ.ସି ରେ ଥିବା ଗ୍ରୋସୋରୀ ଦୋକାନ, କ୍ଷୀର ଦୋକାନ ଓ ଔଷଧ ଦୋକାନ ଗୁଡିକ ଗ୍ରାହକଙ୍କ ଠିକଣା ଲେଖିବା ପାଇଁ ଗୁରତ୍ୱ ଦେବା ପାଇଁ କହିଥିଲେ ।ଆଜି ବେଲଗୁଣ୍ଠା ବ୍ଲକର ଗୋବରା ଅଞ୍ଚଳର ଜଣେ ସଙ୍ଗରୋଧରେ ଥିବା ୨୨ବର୍ଷୀୟ ଗର୍ଭବତୀ ମହିଳାଙ୍କ ଠାରେ କରୋନା ଚିହ୍ନଟ ହୋଇଥିବା ବେଳେ ଶାସନ ପଞ୍ଚାୟତ ର ଲୁଣିପଡା ଠାରେ ୧୪ ବର୍ଷୀୟ ଓ ୭୫ ବର୍ଷୀୟ ବ୍ୟକ୍ତିଙ୍କ ଠାରେ କରୋନା ଚିହ୍ନଟ ହୋଇଛି ।ଏଥିପାଇଁ ଲୁଣିପଡା ଅଞ୍ଚଳର ଚିହ୍ନଟ ବ୍ୟକ୍ତି ଙ୍କ ତୁରନ୍ତ କଣ୍ଟାକ୍ଟ ଟ୍ରେସିଂ କରିବାକୁ ଗୁରୁତ୍ୱ ଦେଇ ସହ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ଏହି ବୈଠକରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ,ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା,ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର,ଅତିରିକ୍ତ ତହସିଲଦାର ତଥା ବେଲଗୁଣ୍ଠା ଏନ୍.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଧରଣୀଧର ବେହେରା,ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ, ଡାଃ ଏସ୍ .କେ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO