କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଏସିଡ୍ ଆକ୍ରମଣ ମାମଲା ସଂକ୍ରାନ୍ତରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଆଇନ୍ ସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଗୋପସ୍ଥିତ ତୁଳସୀ ନସିଂ ସ୍କୁଲ୍ ପରିସରରେ ଗୁରୁବାର ଏହି ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା । ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ମାନ୍ୟବର ଜିଲ୍ଲା ଦୈାରାଜଜ୍ ବାସୁଦେବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ବିଭିନ୍ନ ସ୍ଥାନରେ ଯୁବତୀ ଓ ଛାତ୍ରମାନଙ୍କ ଉପରେ ଏକତରଫା ଭଲ ପାଇବା ଘଟଣାକୁ ନେଇ ଏସିଡ୍ ଦ୍ୱାରା ଆକ୍ରମଣ ହେଉଥିବା ମାମଲା ଉପରେ ଆଲୋଚନା କରାଯାଇଥିଲା । ଛାତ୍ରୀ ଓ ଯୁବତୀ ମାନଙ୍କୁ ମିସ୍ କଲ୍ ପଠାଇ ଓ ଅଜଣା ନମ୍ବରରୁ ଫୋନ୍ କରି ସଂପର୍କ ବଢାଇବା ପାଇଁ କରାଯାଉଥିବା ଉଦ୍ୟମ ପ୍ରତି ସତର୍କ ରହିବା ଆବଶ୍ୟକ । ଅଜଣା ମୋବାଇଲ୍ ନମ୍ବର ସଂପର୍କ ବଢାଯାଇ ପ୍ରେମ ନିବେଦନ ଓ ବିବାହରେ ବିଫଳ ହୋଇଥିବା ଉଭ୍ରାନ୍ତ ମାନେ ଏଭଳି ଜଘନ୍ୟ କାଣ୍ଡ ଘଟାଇବାକୁ ଉଦ୍ୟମ କରିଥାନ୍ତି । ଏହି ଘଟଣାକୁ ନେଇ ବିଭିନ୍ନ କଲେଜ୍ ଏବଂ ଅନୁଷ୍ଠାନର କର୍ମଜିବୀ ମହିଳା ଓ ଛାତ୍ରୀମାନଙ୍କ ଉପରେ ଏସିଡ୍ ଆକ୍ରମଣ ହେବା ଦ୍ୱାରା ପିଡିତା ମାନଙ୍କର ଭବିଷ୍ୟତ ଅନ୍ଧାର ହେଇଯାଉଛି । ଏ ସଂପର୍କରେ ଆମô୍ ସଚେତନତା ଅବଲମ୍ବନ କରିବା ଏକାନ୍ତ ଆବଶ୍ୟକ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଭାରତୀୟ ପିଙ୍ଗଳ କୋଡ୍ ଦଣ୍ଡବିଧି ସଂହିତାର ଧାରା ୩୦୬ (କ) ଓ (ଖ) ଅନୁସାରେ ଏହି ଆକ୍ରମଣ ଘଟଣା ଏକ ଦଣ୍ଡନୀୟ ଅପରାଧ ଓ ଅପରାଧୀକୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି । ଏଭଳି ଏସିଡ୍ ଆକ୍ରମଣରେ ପିଡିତାମାନଙ୍କ ପାଇଁ ସରକାର ଅନୁକମ୍ପା ରାଶି ସର୍ବନିମ୍ନ ୩ ଲକ୍ଷରୁ ୮ ଲକ୍ଷ ପର୍ଯ୍ୟନ୍ତ ଦେବାର ବ୍ୟବସ୍ଥା ରହିଛି । ଏହି ଆଲୋଚନା ଚକ୍ରରେ ସିଭିଲ୍ ଜଜ୍ ଜ୍ଞାନରଂଜନ ପଟ୍ଟନାୟକ, ରେଜିଷ୍ଟାର ବିଶ୍ୱରଂଜନ ବେହେରା, ଆଇନ୍ ସେବା ପ୍ରାଧିକରଣ ସଚିବ ମଳୟ କୁମାର ପ୍ରଧାନ, ଜେଏମ୍ଏସ୍ସି ଜରିନ୍ ଖାନ୍, ପାରସ ପାଢୀ, ଡା. ଡି.ପି ସୁତାରଙ୍କ ସହ ତୁଳସୀ ନସିଂ ଅନୁଷ୍ଠାନର ଅଧ୍ୟକ୍ଷ ଜ୍ୟୋର୍ତିମୟୀ ପଟ୍ଟନାୟକ, କୁମୁଦୁନି ଲେଙ୍କା, ସ୍ମୃତିରେଖା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।