କେନ୍ଦ୍ରାପଡ଼ା – ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଜନ ଅଭିଯୋଗ ଶୁଣାଣୀରେ ଆବେଦନ କରାଯାଇ ପାରିବ ବୋଲି ଜଣାପଡିଛି । ମାସର ପ୍ରତ୍ୟେକ ସୋମବାର ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେଉଛି । ନୂତନ ଗାଡି ଚାଳକମାନଙ୍କ ପାଇଁ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଲାଇସେନ୍ସ ପାଇଁ ଆବେଦନ କରିପାରିବେ । ନୂତନ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଜିଲ୍ଲା ପରିବହନ କାର୍ଯ୍ୟାଳୟରେ ହେଉଥିବା ଭିଡକୁ ଏଡାଇବା ପାଇଁ ଏହି ନିୟମ ଲାଗୁ କରାଯାଇଛି । ଆବେଦନକାରୀମାନେ ଦଲାଲ୍ ମାନଙ୍କ ହାବୁଡରେ ପଡି ଶୋଷଣର ଶିକାର ହେଉଥିବା ଅଭିଯୋଗ ପାଇବା ପରେ ନୂଆ ନିୟମ ଲାଗୁ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ସଡକ ପରିବହନ କାର୍ଯ୍ୟାଳୟ ପରିଦର୍ଶନ କରିବା ପରେ ସେଠାରେ କାର୍ଯ୍ୟ କରୁଥିବା ଦଲାଲ୍ ମାନଙ୍କୁ ତାଗିଦା କରାଯାଇଛି । ସେଥିପାଇଁ ଜିଲ୍ଲାର ବିଭିନ୍ନ ବ୍ଲକରୁ ପରିବହନ ଅଫିସକୁ ଆସୁଥିବା ଆବେଦନକାରୀମାନେ ଏଣିକି ପ୍ରତ୍ୟେକ ସୋମବାର ଜନଅଭିଯୋଗ ଶୁଣାଣୀ ଶିବିରରେ ଲାଇସେନ୍ସ ଆବେଦନ କରିପାରିବେ ବୋଲି ଜିଲ୍ଲା ପରିବହନ ଅଧିକାରୀ ନିଖିଲ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।
Related Stories
December 10, 2024