
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ଭାରତ ବିକାଶ ପରିଷଦ, ଶ୍ରୀ ଜଗନ୍ନାଥ ଧାମ ଶାଖା ତରଫରୁ ଭାରତ ବିକାଶ ପରିଷଦ ର ପ୍ରତିଷ୍ଠାତା ଡକ୍ଟର ସୁରଜ ପ୍ରକାଶ ଙ୍କ ଶତବାର୍ଷିକୀ ସମାରୋହ ସ୍ଥାନୀୟ ତ୍ରିଦେବ ଭିଲ୍ଲା ଠାରେ ପାଳନ କରାଯାଇଥିଲା । ଉପସ୍ଥିତ ସମସ୍ତ ସଦସ୍ୟ ବୈଠକ ରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରି ଡଃ ସୁରଜ ପ୍ରକାଶ ଜୀ କିପରି ସମାଜର ସମୃଦ୍ଧ ଏବଂ ପ୍ରବୃଦ୍ଧ ଵର୍ଗର ଲୋକ ମାନଙ୍କୁ ସଂଗଠିତ କରି ସେମାନଙ୍କୁ ସମାଜସେବା ପ୍ରତି ପ୍ରେରିତ କରିବା ତଥା ସେମାନଙ୍କୁ ଭାରତୀୟ ସାମାଜିକ,ସାଂସ୍କୃତିକ ମୂଲ୍ୟବୋଧ ପ୍ରତି ଜାଗ୍ରତ କରି ସ୍ୱାମୀ ବିବେକାନନ୍ଦ ଙ୍କ ଆଦର୍ଶ ରେ ଅନୁପ୍ରାଣିତ କରି ମାନବ ଜୀବନ ର ସମସ୍ତ କ୍ଷେତ୍ର (ସାଂସ୍କୃତିକ,ସାମାଜିକ,ଶୈକ୍ଷିକ, ନୈତିକ ଓ ,ଅଧ୍ୟାତ୍ମିକ) ରେ ଭାରତ ର ସର୍ବାଙ୍ଗୀନ ଉନ୍ନତି କରି ରାଷ୍ଟ୍ର ପ୍ରତି ସମର୍ପିତ ଏକ ସଂଗଠନ କରିବାରେ ନିଜ ଜୀବନକୁ ସମର୍ପିତ କରିଥିଲେ ନିଜ ନିଜ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ । ସ୍ବପ୍ନଦର୍ଶୀ, ଦୃଢ଼ନିଶ୍ଚୟୀ, ଆତ୍ମବିଶ୍ୱାସୀ ପ୍ରଚଣ୍ଡ ପ୍ରତିଭା ର ଅଧିକାରୀ ଡଃ ସୁରଜ ପ୍ରକାଶ ଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପୂର୍ବକ୍ଷେତ୍ର ରାଷ୍ଟ୍ରୀୟ ସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ପ୍ରାନ୍ତ ସଂଗଠନ ସଚିବ ସୈାମେନ୍ଦ୍ର ଦାସ, ପୁରୀ ଶାଖା ସଚିବ ସୁପ୍ରୀତି ରଥ, ଅର୍ଥ ସଚିବ ଗୈାରାଙ୍ଗ ମିଶ୍ର, ରାମଚନ୍ଦ୍ର ଦଳାଇ, ପ୍ରଫୁଲ୍ଲ କୁମାର ମିଶ୍ର, ଜଗଦୀଶ ଆଚାର୍ଯ୍ୟ,ଲାଲା ଅନନ୍ତ କୁମାର ସିଂ, ହରପ୍ରସାଦ ମହାପାତ୍ର ଉପସ୍ଥିତ ରହି କିର୍ତ୍ତୀ ଚାରଣ କରିଥିବାବେଳେ ବୈଠକରେ ଅଧ୍ୟକ୍ଷତା କରୁଥିବା ବରିଷ୍ଠ ସଦସ୍ୟ ଶ୍ରୀ ବୁଦ୍ଧଦେବ ମହାପାତ୍ର ରାଷ୍ଟ୍ର ଭକ୍ତ ଡଃ ସୁରଜ ପ୍ରକାଶ ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ଙ୍କୁ ଶତ ଶତ ପ୍ରଣାମ କରିଥିଲେ ।ସମାଜ ସେବା ଓ ଚିକିତ୍ସା କ୍ଷେତ୍ରରେ ଡ଼ଃ ସୁରଜ ପ୍ରକାଶ ଙ୍କ ଜୀବନବ୍ୟାପୀ ସାଧନା କୁ ଦୃଷ୍ଟିରେ ରଖି ତାଙ୍କ ନାମରେ ଏକ ଡାକଟିକଟ ପ୍ରକାଶନ ଏବଂ ମରଣୋତ୍ତର ଭାବେ ପଦ୍ମ ସମ୍ମାନ ରେ ସମ୍ମାନିତ କରିବା ପାଇଁ ଦୁଇଟି ଦାବି ପତ୍ର ଶାଖା ତରଫରୁ ପ୍ରାନ୍ତ ଏବଂ କେନ୍ଦ୍ର ମାଧ୍ୟମରେ ସଂଚାର ମନ୍ତ୍ରଣାଳୟ, ଭାରତ ସରକାର
ଗୃହ ମନ୍ତ୍ରଣାଳୟ, ଭାରତ ସରକାର ଙ୍କୁ ପ୍ରଦାନ କରାଯାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO