ନୂଆଦିଲ୍ଲୀ– ଦେଶରେ କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କରାନା ଭାଇରସ ପଜିଟିଭ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିସାରିଛି । ଚୀନର ଉହାନ ସହରରୁ ବ୍ୟାପିଥିବା ଭାଇରସରେ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ୫ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀଙ୍କ ଅନୁସାରେ ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଶୁକ୍ରବାର ସକାଳ ୯ଟାରେ ୪ ଲକ୍ଷ ୯୦ ହଜାର ୪୦୧ ଥିଲା । ବେସରକାରୀ ସୂତ୍ରରୁ ଏହା ଶନିବାର ୫ ଲକ୍ଷ ଅତିକ୍ରମ କରିଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
କୋଭିଡ୧୯ଇଣ୍ଡିଆଡଟଓଆରଜି ଅନୁସାରେ ଦେଶରେ ଏବେ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ ହୋଇଛି । ମହରାଷ୍ଟ୍ରରେ ୫ ହଜାର ୨୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ୩୪୬୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ତାମିଲନାଡୁରେ କରୋନା ରୋଗୀଙ୍କ ସଂଖ୍ୟା ୩୬୪୫ ଜଣ । ମହାରାଷ୍ଟ୍ରରେ ଶୁକ୍ରବାର ଯାଏଁ ୧ ଲକ୍ଷ ୫୨ ହଜାର ୭୬୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।