କେନ୍ଦ୍ରାପଡ଼ା,୨୬ ସେପ୍ଟେମ୍ବର(ହି.ସ)- କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟର ୨ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ସୂଚନା ମିଳିଛି । ଗୁରୁବାର ଜିଲ୍ଲାପାଳ ସମର୍ଥ ବର୍ମା ନିଜ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ପରିଦର୍ଶନ କରିବାବେଳେ ଏହି ଅନିୟମିତତା ଦେଖିବାକୁ ମିଳିଥିଲା । ଅପରାହ୍ନ ୫ଟା ପୂର୍ବରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର ଷ୍ଟୋର କିପର ଅଲେଖ କୁମାର ଦାସ ଓ ସ୍ୱଳ୍ପ ସଂଚୟ ବିଭାଗ ଦାୟିତ୍ୱରେ ଥିବା ନିତ୍ୟାନନ୍ଦ ସିଂ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବା ଜିଲ୍ଲାପାଳ ଅନୁଧ୍ୟାନ କରିବା ପରେ ବିନା ଅନୁମତିରେ କାର୍ଯ୍ୟାଳୟ ଛାଡିଥିବା କାରଣରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏକସପ୍ତାହ ମଧ୍ୟରେ ଉପଯୁକ୍ତ କାରଣ ଦର୍ଶାଇ ନପାରିଲେ ଉଭୟ କର୍ମଚାରୀଙ୍କ ଏକ ଦିନର ଦରମା କଟାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା ନିର୍ଦ୍ଦେଶ ଦେଇଛନ୍ତି ।