
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ – କରୋନା କବଳରେ ଏବେ ରହିଛି ସାରା ଭଞ୍ଜନଗର।ଗତ କିଛି ଦିନ ହେବ ଉଭୟ ବ୍ଲକ ଓ ଏନ.ଏ.ସି ରେ ଲଗାତାର ଭାବେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଯାହାକୁ ନେଇ ପ୍ରଶାସନ ଓ ଜନସାଧାରଣ ଏବେ ଚିନ୍ତାରେ।ଭଞ୍ଜନଗର ଏନ.ଏ.ସି ର ୨ଟି ୱାର୍ଡ ରୁ ୫ଜଣ ପଜିଟିଭ ଚିହ୍ନଟ ହେବା ପରେ ଗତକାଲି ଉକ୍ତ ଅଞ୍ଚଳ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।ସେହିପରି ଏହି ବ୍ଲକ ଅନ୍ତର୍ଗତ ଲାଲସିଙ୍ଗ ପଞ୍ଚାୟତ ର ଲଣ୍ଡେଇ ସାହିର ଜଣେ ବ୍ୟାଙ୍କ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ଼ କେୟାର ସେଣ୍ଟରକୁ ପଠାଯାଇଛି।ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଥିବା ବି.ଡ଼ି.ଓ ଅନୀଲ କୁମାର ସେଠୀ କହିଛନ୍ତି।