![](https://indokalingtimes.com/wp-content/uploads/2020/06/WhatsApp-Image-2020-06-26-at-8.41.27-PM.jpeg)
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୨୬/୦୬/୨୦୨୦, ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଦୁଇ ଜଣ ଛଦ୍ମବେଶୀ ସେବାୟତ |ସେମାନେଙ୍କ ଉପରେ ସନ୍ଦେହ ହେବାରୁ ସେବାୟତ ମାନେ ପୋଲିସକୁ ଜଣାଇ ଥିଲେ |ପୋଲିସ ସେମାନଙ୍କୁ ଗିରଫ କରି କୁମ୍ଭାରପଡା ଥାନାରେ ଅଟକ ରଖିଥିଲେ| ପରେ ପଚରା ଉଚରା ରୁ ଜଣାପଡିଛି ସେମାନଙ୍କ ମଧ୍ୟରୁ ଜଣେ କୁମ୍ଭାରପଡାର ଅଜୟ କୁମାର ମହାନ୍ତିଙ୍କର ପୁଅ ଅଭିଜିତ ମହାନ୍ତି ଏବଂ ଅନ୍ୟ ଜଣକ ମାର୍କଣ୍ଡେଶ୍ଵର ସାହିର ଦୁର୍ଗାପ୍ରସାଦ ମହାନ୍ତିଙ୍କର ପୁଅ ସ୍ମୃତିରଞ୍ଜନ ମହାନ୍ତି |ସେମାନଙ୍କର କୋଭିଡ ଟେଷ୍ଟ କରାଯିବା ପରେ ପୋଲିସ ସେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି |