ନୂଆଦିଲ୍ଲୀ । ଗତ ୨୪ ଘଂଟାରେ ଦେଶରେ କରୋନାର ୧୭, ୨୯୬ଟି ନୂଆ ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୪୦୭ ଜଣଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ମିଳିଥିବା ସୂଚନା ଅନୁସାରେ ନୂଆ ମାମଲା ସାମନାକୁ ଆସିବା ପରେ ଦେଶରେ କରୋନା ପଜିଟିଭ ସଂଖ୍ୟା ବଢ ୪,୯୦.୪୦୧ରେ ପହଂଚିଛି । ଏଥି ମଧ୍ୟରୁ ୨୮୫୬୩୭ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୮୯୪୬୩ ଟି ସକ୍ରିୟ ମାମଲା ରହିଛି । ବର୍ତମାନ ସୁଦ୍ଧା ଦେଶରେ ୧୫୩୦୧ ଜଣଙ୍କର ମୃତ୍ୟୁ ଘଟିଛି ।