
ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମରେ ଆଉ ନୂଆ ୫୦ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୪୩ । ଜିଲ୍ଲାରେ ୧୧୩୮ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୮୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ୩୧୮ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି ଓ ୮ଜଣ ମୃତ୍ୟୁ ବରଣ କରିଥିବା ଜିଲ୍ଲା ପ୍ରଶାସନ କରିଥିବା ଟ୍ୱିଇଟରୁ ଜଣାପଡ଼ିଛି । ସେପଟେ ଜିଲ୍ଲାପାଳ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୧୯ ଘଣ୍ଟିଆ ସଟ୍ଡ଼ାଉନ ଘୋଷଣା କରିଥିବା ବେଳେ ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୪ଦିନ ବ୍ରହ୍ମପୁର ସହରକୁ ସମ୍ପୂର୍ଣ୍ଣ ସଟ୍ଡ଼ାଉନ ଘୋଷଣା କରିଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ ଗତ ସପ୍ତାହଠାରୁ ଗଞ୍ଜାମରେ କୋଭିଡ଼-୧୯ରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଟ୍ଡ଼ାଉନ ସମୟରେ ଲୋକେ ଘରେ ରୁହନ୍ତି ଯେତେବେଳେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଆପଣଙ୍କର ଘରେ ପହଞ୍ôଚବ ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ସହଯୋଗ କରନ୍ତୁ । ସଟ୍ଡ଼ାଉନ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ କେବଳ ଔଷଧ ଓ କ୍ଷୀର ଦୋକାନ ଖୋଲା ରହିବ ବୋଲି ସେ କହିଛନ୍ତି । ଶୁକ୍ରବାର ୫୦ଟି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୩ଜଣ କରୋନା ଯୋଦ୍ଧା ରହିଥିବା ଜଣାପଡ଼ିଛି । ସେଥି ମଧ୍ୟରେ ଆସିକା ଅଞ୍ଚଳର ୮, ବିଏମ୍ସି ୩, କୋଦଳା ଓ କବିସୂର୍ଯ୍ୟନଗରର ଜଣେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଏହା ସହ ୩୩ଟି ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି ଯେ ଆସିକାରୁ ୨, ବିଏମ୍ସି ୩, କବିସୂର୍ଯ୍ୟନଗର ୧୫, ଖଲ୍ଲିକୋଟ ୨, କୋଦଳା ୪, ପୁରୁଷୋତ୍ତମପୁର ଓ ସାନଖେମୁଣ୍ଡିରୁ ୨ ଜଣ ଲେଖାଏଁ ଏବଂ କୁକୁଡ଼ାଖଣ୍ଡି ଓ ଛତ୍ରପୁରରୁ ଜଣେ ବୋଲି ସୂଚନା ମିଳିଛି । ଏମାନେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ । ଅବଶିଷ୍ଟ ନୂଆ ୪ଜଣ ଅନ୍ୟ ରାଜ୍ୟରୁ ଆସିଛନ୍ତି । ସେମାନଙ୍କ ଭିତରୁ ଜଣେ ସୁରଥ, ୨ ଜଣ ମୁମ୍ବାଇ ଜଣେ ପୁନ୍ନେ ଫେରନ୍ତା ବୋଲି ସୂଚନା ମିଳିଛି । ତେଣୁ ଘରେ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ ବୋଲି ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।