
ବ୍ରହ୍ମପୁର: ବ୍ରହ୍ମପୁର ସହରର ନେହେରୁନଗର ପ୍ରଥମ ଲାଇନ୍ର ସମସ୍ତ ସାହିବାସିନ୍ଦାଙ୍କ ନିଜସ୍ୱ ଖର୍ଚ୍ଚ, ଉଦ୍ୟମ ଏବଂ ସହଯୋଗରେ ନୂତନ ଭାବେ ସିସି କ୍ୟାମେରା ଲଗାଯାଇଥିଲା । ଉକ୍ତ ସିସି ଟିଭି ଉଦ୍ଘାଟନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ବେଳେ ଗୋଷାଣୀନୂଆଗାଁ ଥାନାଧିକାରୀ ସୁମିତ ସୋରେନ ଯୋଗଦେଇ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସାହିବାସିନ୍ଦାମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ । ଜଗଦୀଶ ଚନ୍ଦ୍ର ଦାଶ, ସୁଦର୍ଶନ ମହାଙ୍କୁଡ, ସରୋଜ କୁମାର ସାହୁ, ପ୍ରଦୀପ କୁମାର ଚୌଧୁରୀ, ବୁନୁ ପଟ୍ଟନାୟକ, ସୁକାନ୍ତ ଦାଶ, ଜିତେନ୍ଦ୍ର ସାହୁ, ପ୍ରଦୀପ ବିଷୋୟୀ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ମାନରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ଲୋକ ଏବଂ ବୃଦ୍ଧିଜୀବୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ସମ୍ପାଦନା ହୋଇଥିବାରୁ ସାହିବାସିନ୍ଦାମାନେ ସମସ୍ତଙ୍କର ସହଯୋଗ ନିମନ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO