
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ – ଭଞ୍ଜନଗର ଏନ.ଏ.ସି ର ୬ ଓ ୧୨ନଂ ୱାର୍ଡରୁ ୫ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପାଇଁ ନିର୍ବାହୀ ଅଧିକାରୀ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଥିଲେ।ଆଜି ନିର୍ଦ୍ଦେଶ ଆସିବା ପରେ ସହର ର ଏହି ୨ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଓ ଏହା ବ୍ୟତୀତ ଏନ.ଏ.ସି ର ଅନ୍ୟ ୧୩ଟି ୱାର୍ଡ ସମେତ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଅଗଝୋଳ, ବାଉଁଶ ଲୁଣ୍ଡି, ଢୁଢୁଆ,ଗାମୁଣ୍ଡି, ଜାମ ପଲ୍ଲୀ ଓ ଲାଲସିଙ୍ଗ କୁ ବଫର ଜୋନ ଘୋଷଣା କରାଯାଇଛି।ପ୍ରଶାସନ ପକ୍ଷରୁ ଏହି ସମସ୍ତ ଅଞ୍ଚଳ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି।୬ ଓ ୧୨ନଂ ୱାର୍ଡ କୁ ସଂଲଗ୍ନ ସମସ୍ତ ରାସ୍ତାକୁ ସିଲ କରାଯାଇ ଯାତାୟାତ ଓ ଦୋକାନ ବଜାର ଉପରେ କଟକଣା ଲଗାଯାଇଛି।ଏହି ଅଞ୍ଚଳରେ ବାସ କରୁଥିବା ଲୋକ ମାନେ ସତର୍କତା ଅବଲମ୍ବନ କରି ଘରେ ରହିବା ଜରୁରୀ ହୋଇ ପଡିଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO