
ନୂଆଦିଲ୍ଲୀ– ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରିସାରିଛି । ଦିଲ୍ଲୀରେ ଏଯାଏଁ ୨ ହଜାର ୩୬୫ ଜଣଙ୍କ କରୋନା ଭାଇରସ ଯୋଗୁଁ ମୃତ୍ୟୁ ହୋଇସାରିଛି । ଏବେ ମୁମ୍ବାଇକୁ ଅତିକ୍ରମ କରିସାରିଛି ଦିଲ୍ଲୀ । ମୁମ୍ବାଇରେ ମଙ୍ଗଳବାର ପର୍ଯ୍ୟନ୍ତ କୋଭିଡ-୧୯ ସଂକ୍ରମଣର ମୋଟ ୬୮ ୪୧୦ ଥିଲା । ବୁଧବାର ଏହା ୭୦ ହଜାର ଅତିକ୍ରମ କରିଥିଲା ।
କରୋନା ସଂକ୍ରମଣ ମାମଲରେ ଦିଲ୍ଲୀ ୮ଟି ଦେଶକୁ ଅତିକ୍ରମ କରିଛି । ଦିଲ୍ଲୀ ସ୍ୱିଡେନ (୬୨ ହଜାର ୩୨୪), ବେଲଜିୟମ (୬୦ ହଜାର ୮୯୮), ବେଲାରୁସ (୫୯ ହଜାର ୯୪୫), ମିସର (୫୮ ହଜାର ୧୪୧), ଇକ୍ୱାଇଡୋର (୫୧ ହଜାର ୬୪୩), ନେଦରଲ୍ୟାଣ୍ଡ (୫୦ ହଜାର ୧୨), ଇଣ୍ଡୋନେସିଆ (୫୯ ହଜାର ୯), ଆର୍ଜେଣ୍ଟିନା (୪୭ ହଜାର ୨୧୬), ୟୁଏଇ (୪୬ ହଜାର ୧୩୩) ଓ ସିଙ୍ଗାପୁର (୪୨ ହଜାର ୬୨୩)କୁ ଅତିକ୍ରମ କରିଛି ।
