
ପୁରୀ– ଚତୁର୍ଦ୍ଧାମୂର୍ତି ଗତକାଲି ସଂନ୍ଧ୍ୟାରେ ଆଡ଼ପ ମଣ୍ଡପକୁ ବିଜେ କରିବା ପରେ ଆଜିଠୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅଭଡ଼ା । ଏଥିପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଟୋକନ୍ ବ୍ୟବସ୍ଥା କରାଯାଇଛି । ମହାପ୍ରସାଦ ନେବା ପାଇଁ ଆଗ୍ରହୀ ବ୍ୟକ୍ତି ମାନେ କାଉଂଟରରେ ଏନେଇ ଅର୍ଥ ଜମା କରିବା ପରେ ଟୋକନ୍ ମିଳିବ । ଏହି ଟୋକନ୍ ନେଇ ନାକଚଣା ଦ୍ୱାର ଠାରେ ଥିବା ବୋଝିଆ ମାନଙ୍କୁ ଦେଲେ ସେମାନେ ଟୋକନ୍ ଅନୁଯାୟୀ ଆବଶ୍ୟକ ଅବଢ଼ା ଯୋଗାଇଦେବେ ବୋଲି ସୁଆର ମହାସୁଆର ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଆଡ଼ପ ଅବଢ଼ା ସେବନ କଲେ ଅନେକ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେହିପରି ଗୁଣ୍ଡିଚା ମନ୍ଦିରରେ ମା ବିମଳା ନଥିବାରୁ ମା ବିମଳାଙ୍କ ରୂପକଳ୍ପ ଜଗମୋହନର ଏକ ସ୍ତମ୍ବରେ ସ୍ତମ୍ବେଶ୍ୱରୀ ଯୋଗମାୟାଙ୍କୁ ଅବଢ଼ା ସମର୍ପଣ କରାଯାଇଥାଏ । ପରେ ଆଳିଅନ୍ନ ଶ୍ରୀମନ୍ଦିରରେ ଥିବା ମା ବିମଳାଙ୍କ ନିକଟକୁ ଆସିଥାଏ । ବର୍ଷକୁ ଥରେ ଆଡ଼ପ ଅବଢ଼ା ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ଅହେତୁକ ଆଗ୍ରହ ପରିଲକ୍ଷିତ ହୋଇଥାଏ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO