
ଜଗନ୍ନାଥପ୍ରସାଦ ଥାନା ଏସଆଇ ଭିଜିଲାନ୍ସ ଜାଲରେ । ତିନି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କଲା ଗିରଫ । ଗିରଫ ଏସଆଇ ସିଦ୍ଧାର୍ଥ କୁମାର ଗୌଡ । ଜଗନ୍ନାଥପାଟଣା ଗାଁ ର ଏକ ଗଣ୍ଡଗୋଳ ରଫା cଦଫା ପାଇଁ ନେଉଥିଲେ ଲାଞ୍ଚ।ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ ବାବୁ।
ଖାକି ନେଉଛି ଲାଞ୍ଚ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ରେ ।କାର୍ଯ୍ୟରତ ପ୍ରୋଭିଶନାଲ ଏସ ଆଇ ସିଦ୍ଧାର୍ଥ କୁମାର ଗୌଡ଼ 3000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛି ।ଗଲା କିଛି ଦିନ ତଳେ ଜଗନ୍ନାଥ ପାଟଣା ଗାଁ ରେ ଘର ଭଡା କୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା।ଥାନା ରେ ଯାଇ ମାମଲା ପହଁଚିଲା।ଉକ୍ତ କେଶ କୁ ରଫା ଦଫା କରିବା ପାଇଁ 3000 ଟଙ୍କା ଲାଞ୍ଚ ମାଗିଥିଲେ ଏସଆଇ ଜଣକ।ପି ରାଜା ସେନାପତିଙ୍କ ଠାରୁ 3000 ଟଙ୍କା ଲାଞ୍ଚ ନେବାବେଳେ ଏସ ଆଇ ଙ୍କୁ ରେଡ଼ ହେଣ୍ଡ ଧରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ।ଏସ ଆଇ ନାମରେ ମାମଲା ରୁଜୁ କରି ବ୍ରହ୍ମପୁର ଭିଜିଲାନ୍ସ ଅଫିସ କୁ ନିଆଯାଇଥିବା ଜଣାପଡିଛି।

ଗଞ୍ଜାମ
ଜଗନ୍ନାଥ ପ୍ରସାଦ ରୁ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO