![](https://indokalingtimes.com/wp-content/uploads/2020/06/WhatsApp-Image-2020-06-25-at-4.32.24-PM.jpeg)
ଖାକି ନେଉଛି ଲାଞ୍ଚ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ରେ ।କାର୍ଯ୍ୟରତ ପ୍ରୋଭିଶନାଲ ଏସ ଆଇ ସିଦ୍ଧାର୍ଥ କୁମାର ଗୌଡ଼ 3000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛି ।ଗଲା କିଛି ଦିନ ତଳେ ଜଗନ୍ନାଥ ପାଟଣା ଗାଁ ରେ ଘର ଭଡା କୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା।ଥାନା ରେ ଯାଇ ମାମଲା ପହଁଚିଲା।ଉକ୍ତ କେଶ କୁ ରଫା ଦଫା କରିବା ପାଇଁ 3000 ଟଙ୍କା ଲାଞ୍ଚ ମାଗିଥିଲେ ଏସଆଇ ଜଣକ।ପି ରାଜା ସେନାପତିଙ୍କ ଠାରୁ 3000 ଟଙ୍କା ଲାଞ୍ଚ ନେବାବେଳେ ଏସ ଆଇ ଙ୍କୁ ରେଡ଼ ହେଣ୍ଡ ଧରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ।ଏସ ଆଇ ନାମରେ ମାମଲା ରୁଜୁ କରି ବ୍ରହ୍ମପୁର ଭିଜିଲାନ୍ସ ଅଫିସ କୁ ନିଆଯାଇଥିବା ଜଣାପଡିଛି।
![](https://indokalingtimes.com/wp-content/uploads/2020/06/WhatsApp-Image-2020-06-25-at-4.32.24-PM-300x203.jpeg)
ଗଞ୍ଜାମ
ଜଗନ୍ନାଥ ପ୍ରସାଦ ରୁ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ