
ସାନଖେମୁଣ୍ଡି:ସଂପ୍ରତି ଓଡିଶାର ଦାଦନ ସମସ୍ୟା ରାଷ୍ଟ୍ରୀୟ ସ୍ତରରେ ଆଲୋଚ୍ୟ ବିଷୟ ହୋଇଥିଵା ବେଳେ ଏଥିପ୍ରତି ନିଘା ନଥିବା ଅନୁମାନ କରାଯାଇଅଛି l ସରକାରଙ୍କ 100 ଦିନର କର୍ମ ଯୋଗାଣ ବ୍ୟବସ୍ଥା ରାଜ୍ୟରେ ଫେଲ ମରିବା ,ମନରେଗା,ଆଜିର କାର୍ଯ୍ୟରେ ଶ୍ରମଶକ୍ତି ରୋକାଯାଇ ଯାଂତ୍ରିକ ବ୍ୟବହାର ଯୋଂଗୁ ବହୁ ଶ୍ରମିକ ଗ୍ରାମ ଗହଳିରେ କର୍ମ ସଂସ୍ଥାନ ନ ପାଇ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି l ଏହି କ୍ରମରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆମ୍ବ ଗାଁ ପଂଚାୟତ ସୁମନ୍ତପୁର ଗ୍ରାମର ହରିଜନ ପରିବାରର ସନ୍ତୋଷ ନାୟକଙ୍କ ପୁଅ ରାଜା ନାୟକ କେରଳର କୋଲାକୋଲମ ଠାରେ ଏକ ହୋଟେଲରେ କାମ କରୁଥିବା ବେଳେ ରନ୍ଧା ଖାଦ୍ୟ ବିଷାକ୍ତ ଯୋଗଁ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ଏ ସଂପର୍କରେ ସଠିକ ତଥ୍ୟ ନଥିଲେ ମଧ୍ୟ ଦୁଇଦିନ ତଳୁ ମରିଥିବା ରାଜାର ଶବକୁ ହୋଟେଲ ମାଲିକ ଆମ୍ବୁଲାନ୍ସ ଯୋଗେ ଜନ୍ମ ସ୍ଥାନ ସୁମନ୍ତପୁରରେ ପହଞ୍ଚାଇ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି l
ହରିଜନ ଗରିବ ସଂପ୍ରଦାୟର ହୋଇଥିବାରୁ ଏକ ମାତ୍ର ରୋଜଗାରିଆ ଯୁବକ ପୁଅକୁ ହରାଇ ପରିବାର ହତାଶ ଥିବା ବେଳେ ପ୍ରଶାସନ ପାଖରେ କୌଣସି ତଥ୍ୟ ନଥିବା ଜଣାପଡିଛି l ଶବ ଆସିବା ଖବର ପାଇ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ତରଫରୁ କଂଗ୍ରେସର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲଷ୍ମୀ ପାତ୍ର ସୁମନ୍ତପୁର ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ବିଧାୟକ ତରଫରୁ କିଛି ଆର୍ଥିକ ସହାୟତା କରିଛନ୍ତି l