
ଭଞ୍ଜନଗର – ଭଞ୍ଜନଗର ବ୍ଲକ ଡିହ ପଢ଼ାଳ ପଞ୍ଚାୟତ ଭେରେଡା ଗ୍ରାମର ସୁବାଷ ପରିଡା (60) ବାରିପଟେ ଥିବା ନଡ଼ିଆ ଗଛରୁ ନଡ଼ିଆ ତୋଳିବା ପାଇଁ ଆଜି ଅପରାହ୍ନ 4ଟା ବେଳେ ଗଛରେ ଚଢି ଥିଲେ l ହେଲେ ହାତ ଖସି ଯିବାରୁ ହଠାତ ଗଛରୁ ପଡି ଗୁରୁତର ଆହତ ହୋଇଥିଲେ l ସଙ୍ଗେ ସଙ୍ଗେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଭଞ୍ଜନଗର ମେଡିକାଲ କୁ ଆଣିଥିଲେ l ଏଠାରେ ଚିକିତ୍ସା ଚାଲିଥିବା ବେଳେ ସନ୍ଧ୍ୟା ସାଢେ ଛଅଟା ରେ ତାଙ୍କର ମୃତ୍ୟୁ ଘଟିଥିଲା l ଖବର ପାଇ ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠେଇ ତଦନ୍ତ ଚଳାଇଛି l