
ପୁରୀ– ରଥଯାତ୍ରାରେ ସାମିଲ୍ ପୋଲିସ କର୍ମଚାରୀଙ୍କ କରୋନା ଟେଷ୍ଟ । ଗତକାଲି ଶ୍ରୀଗୁଣ୍ଡିଚା ଯାତ୍ରାରେ ସାମିଲ୍ ଥିବା ୧ ହଜାରରୁ ଅଧିକ ପୋଲିସ କର୍ମଚାରୀଙ୍କ ଆଜି କରୋନା ଟେଷ୍ଟ କରାଯାଇଛି । ଗୋପବନ୍ଧୁ ଆୟୁର୍ବେଦ ମେଡିକାଲ କଲେଜରେ ଚାଲିଛି ଏହି ନମୂନା ସଂଗ୍ରହ କାର୍ଯ୍ୟ ।
ଗତକାଲି ଶ୍ରୀ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ଅଧିକ ତତ୍ପର ହୋଇ ଉଠିଛି । ଗତ ସୋମବାର ଦିନ ୧୧୪୩ ସେବାୟତଙ୍କ କରୋନା ଟେଷ୍ଟ କରାଯାଇଥିଲା । ଜଣଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତଙ୍କର ଅର୍ଥାତ୍ ୧୧୪୨ ଜଣଙ୍କ ରିପୋର୍ଟ ନେଗେଟିଭ୍ ରହିଥିଲା । ତେବେ ତନ୍ମଧ୍ୟରୁ ଜଣକର ରିପୋର୍ଟ ପଜିଟିଭ୍ ରହିଥିଲା ।