ଭୁବନେଶ୍ୱର – ଆସନ୍ତାକାଲି (ଶୁକ୍ରବାର) ଠାରୁ ଓମଫେଡ୍ କ୍ଷୀର ଦର ବଢିବ । ଓମଫେଡ୍ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇବ । ଶୁକ୍ରବାର ଠାରୁ ଏହି ନୂତନ ଦର ଲାଗୁ ହେବ ।
ବର୍ଦ୍ଧିତ ଦର ଲାଗୁ ପରେ ଟୋନଡ୍ ଦୁଗ୍ଧ ଲିଟର ପିଛା ୩୪ ଟଙ୍କାରୁ ୩୮ ଟଙ୍କାକୁ ଏବଂ ପ୍ରିମିୟମ୍ ଓ ଗୋଲ୍ଡ ର୍ପ୍ରିମିୟମ୍ ଦୁଗ୍ଧ ୪୦ ଟଙ୍କାରୁ ୪୪ ଟଙ୍କାକୁ ବୃଦ୍ଧି ପାଇବ । ଓମଫେଡ୍ ,ନିକଟରେ ଗଚ୍ଛିତ ପୁରୁଣା ପଲିଥିନ୍ ସରିବା ପର୍ଯ୍ୟନ୍ତ ଛାପାଥିବା .ଦର ପରିବର୍ତେ ନୂତନ ଦରରେ ଖାଉଟିମାନେ କ୍ଷୀର କିଣିବେ ।
ର୍ବର୍ଦ୍ଧିତ ମୂଲ୍ୟରୁ ଲିଟର ପିଛା ୩ ଟଙ୍କା ଲେଖାଏଁ ଗ୍ରାମାଂଚଳ ଦୁଗ୍ଧଚାଷୀ ସିଧାସଳଖ ପାଇବେ । ଏହାଦ୍ୱାରା ପ୍ରାୟ ୩ ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହେବେ ।