ପୁରୀ– ଶ୍ରୀ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଗତକାଲି ୧୧୪୩ ସେବାୟତଙ୍କ କରୋନା ଟେଷ୍ଟ କରାଯାଇଥିଲା । ଜଣଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତଙ୍କର ଅର୍ଥାତ୍ ୧୧୪୨ ଜଣଙ୍କ ରିପୋର୍ଟ ନେଗେଟିଭ୍ ରହିଛି । ତେବେ ରଥଯାତ୍ରା ପୂର୍ବରୁ ସମ୍ପୃକ୍ତ ଆକ୍ରାନ୍ତଙ୍କୁ କୋଭିଡ଼୍ ହସ୍ପିଟାଲରେ ଭର୍ତି କରାଯାଇଛି । ଆକ୍ରାନ୍ତଙ୍କ କଂଟାକ୍ଟ ଟ୍ରେସିଂ ଜାରୀ ରହିଛି । ସମ୍ପୃକ୍ତ ଅଂଚଳକୁ କଂଟେନମେଂଟ ଜୋନ୍ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
Related Stories
January 15, 2025