ଭୁବନେଶ୍ବର- ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇ ଥିବା ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଖନୀୟ ଯେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଗତକାଲି ୧୧୪୩ଜଣ ସେବାୟତଙ୍କ କୋଭିଡ-୧୯ ପରୀକ୍ଷା କରାଯାଇଥିଲା | ରଥଯାତ୍ରା ପୂର୍ବରୁ ଏଭଳି କରାଯିବାକୁ ନିର୍ଦେଶ ଦିଆଯାଇଥିଲା। ସେମାନଙ୍କ ଭିତରୁ ଜଣେ ମାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ସେବାୟତମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ମିଳିଥିବା ସୂଚନା ଅନୁସାରେ ପଜିଟିଭ ଚିହ୍ନଟ ହୋଇଥିବା ସେବାୟତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ସେବାୟତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଅଆଯାଇଛି।