
ବ୍ରହ୍ମପୁର:ପୂର୍ବ ଲଦାଖ ଗଲୱାନି ଘାଟିରେ ଚିନ ସେନାଙ୍କ ସହ ସଙ୍ଘର୍ଷ ରେ ସହିଦ୍ ହୋଇଥିବା ଯବାନ ମାନଙ୍କୁ ମହାନଗର ବିଜେଡ଼ି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଆଜି ମହାନଗର ଯୁବ ବିଜେଡ଼ି ପକ୍ଷରୁ ଗିରି ମାର୍କେଟ ସ୍ଥିତ କୃଷ୍ଣ ଚନ୍ଦ୍ର ଗଜପତି ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ସହିଦ୍ ବୀର୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ବୀର ଯବାନ ମାନଙ୍କ ଅମର ଆତ୍ମା ର ସଦ୍ ଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ମହାନଗର ଯୁବ ବିଜେଡ଼ି ସଭାପତି ମୁକୁନ୍ଦ ଗୌଡ ଓ ଉପ ସଭାପତି ଆର୍ ମୁରଲୀ ମୋହନ ଙ୍କ ନେତୃତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ଓ ଗଞ୍ଜାମ ଜିଲ୍ଲାର ସଭାପତି ତଥାଜ ରାଜ୍ୟ ନିର୍ମାଣ ଓ ଅନ୍ୟାନ୍ୟ କୋଠା ବାଡି ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ବ୍ରହ୍ମପୁର ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ଗଞ୍ଜାମ ଜିଲ୍ଲାର ମହିଳା ସଭାପତି ସଂଘମୀତ୍ର ଦଳାଇ, ଗଞ୍ଜାମ ଜିଲ୍ଲାର ଯୁବ ସଭାପତି ଧନ ଞ୍ଜୟ ରାଓ, ମହାନଗର ବିଜେଡ଼ି ସଭାପତି ବିଜୟ ସାମଲ, ସଂଜିତ୍ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ଟି ଗୋପୀ, ପୂର୍ବତନ କାଉନସିଲର ସୁରେନ୍ଦ୍ର ମହାରଣା,ତେଜ ସ୍ବାମୀ, ରାଜେଶ୍ୱର୍ ବେହେରା, ଦଣ୍ଡପାଣି ନାୟକ,କେ ଅନିଲ କୁମାର, ମମତା ବିଷୋୟୀ, ରଶ୍ମିତା ପାତ୍ର, ଅଜିତ୍ ସାହୁ, ଲକ୍ଷ୍ମୀ ପାଢ଼ୀ,ପ୍ରସ୍ନନ୍ ଗନ୍ତାୟତ,ଟୁନା ମହାରଣା,କେ ରବି,ଆର୍ କ୍ରିଷ୍ଣା ରେଡ୍ଡୀ,ଏସ ଏ କଲିଲ୍,ଅରୁଣ ଗରୁଡ, ମିର୍ଜା ଜାଭେଡ୍ ବେଗ, ଦିଲୀପ ପାତ୍ର, କେ ମୁନ ରେଡ୍ଡି, ସିମଞ୍ଚଲ୍ ସାହୁ, ଲକ୍ଷ୍ମୀ ପାଢ଼ୀ, ସବିତା ବେହେରା, ପ୍ରମୁଖ ଉପସ୍ଥିତ ରହି ବଣ୍ଟନ ରେ ମହାନଗର ବିଜୁ ଜନତା ଦଳର କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO