-
୪ଦିନରେ ୧୯୫ ନୂଜନ ପଜେଟିଭ
ବ୍ରହ୍ମପୁର: ରେଡ୍ ଜୋନ୍ରେ ଥିବା ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଗତ ୪ଦିନରେ ୧୯୫ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ବାହାର ଫେରନ୍ତାଙ୍କ ମଧ୍ୟରେ ସୀମିତ ଥିବା ଏହି ଭୁତାଣୁ ଏବେ କରୋନା ଯୋଦ୍ଧା ସହ ସ୍ଥାନୀୟ ସଂକ୍ରମଣ ମୁହାଁ ହୋଇଛି । ତେବେ ରବିବାର ୪୦ଜଣ ନୂତନ ରୋଗୀ ଚିହ୍ନଟ ବେହାପରେ ଜିଲ୍ଲାରେ ମୋଟ ରୋଗୀ ସଂଖ୍ୟା ୮୯୩ରେ ପହଞ୍ôଚଛି । ନୂଆ ୪୦ଜଣଙ୍କ ମଧ୍ୟରେ ୧୦ଜଣ କରୋନା ଯୋଦ୍ଧା ରହିଛନ୍ତି । ସେଥିମଧ୍ୟରୁ ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡାର ଜଣେ ଲେଖାଏଁ ଥିବାବେଳେ ଚିକିଟି ୨, ପୋଲସରା ୩ ଓ କବିସୂର୍ଯ୍ୟନଗରରୁ ଜଣେ ରହିଛନ୍ତି । ସେହିପରି ବାହାର ରାଜ୍ୟରୁ ଆସି ୮ଜଣ କରୋନା ରୋଗର ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪ଜଣ ସୁରଥ ଥିବାବେଳେ ତାମିଲନାଡୁ, ମହାରାଷ୍ଟ୍ର, ବେଙ୍ଗଲୋର ଓ କେରଳରୁ ଜଣେ ଲେଖାଏଁ ଅଛନ୍ତି । ସେମାନେ ହେଉଛନ୍ତି ବେଲଗୁଣ୍ଠା ବ୍ଲକ୍ରୁ ଜଣେ, ବେଗୁନିଆପଡାରୁ ଜଣେ, ପାତ୍ରପୁରରୁ ଜଣେ, ପୋଲସରା ଜଣେ, ପୁରୁଷୋତ୍ତମପୁର ଜଣେ, ଶେରଗଡର ଜଣେ ରହିଥିବା ବେଳେ କବିସୂର୍ଯ୍ୟନଗର ବ୍ଲକ୍ରୁ ୨ଜଣ ରହିଛନ୍ତି । ସେହିପରି କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୨୨ଜଣ ନୂଆ କରୋନା ରୋଗୀଙ୍କ ମଧ୍ୟରେ ଆସିକାରୁ ୨, ବେଗୁନିଆପଡାରୁ ୬, ବେଲଗୁଣ୍ଠାରୁ ଜଣେ, ଗଞ୍ଜାମ ୨, କବିସୂର୍ଯ୍ୟନଗର ୫, ସୋରଡାରୁ ୨ ଓ ଧରାକୋଟ ବ୍ଲକ୍ରୁ ଜଣେ ଅଛନ୍ତି । ସେପଟେ ଜଣେ ୪୯ବୟସ୍କ ଜଣେ ବାହାର ଫେରନ୍ତା କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ତେବେ ଶନିବାର ଜିଲ୍ଲାରେ ୫୭ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୬ଜଣ କରୋନା ଯୋଦ୍ଧା ରହିଥିଲେ । ସେହିପରି ଶୁକ୍ରବାର ୪୧ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ୫୬ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।