
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ଆଜି ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେଵୁଲ ଟ୍ରଷ୍ଟ ତରଫରୁ ପୁରୀ ସମୁଦ୍ର କୂଳରେ ସାରା ବିଶ୍ୱବାସୀଙ୍କ କଲ୍ୟାଣ ଏବଂ ମହାମାରୀ କରୋନା ରୁ ରକ୍ଷା ପାଇବା ସହିତ ରଥଯାତ୍ରା ନ ହେବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶରେ ଲାଗିଥିବା କଟକଣା ଉଠାଇ ସୁରୁଖୁରୁରେ ରଥଯାତ୍ରା ହେବାପାଇଁ ଆଜି ସୂର୍ଯ୍ୟପରାଗ ଅବସରରେ ସାମୁହିକ ହନୁମାନ ଚାଳିଶା, ଶ୍ରୀ ସୁକ୍ତ ପାଠ, ଆଦିତ୍ୟ ହୃଦୟ ସ୍ତୋତ୍ରମଃ , ବିଷ୍ଣୁ ସହଶ୍ର ନାମ ପାଠ କରାଯାଇଛି |ଉପସ୍ଥିତ ବୈଦିକ ବ୍ରାହ୍ମଣ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା, ସୌମ୍ୟ ରଞ୍ଜନ ପଣ୍ଡା, ପ୍ରେମାନନ୍ଦ ଆଚାର୍ଯ୍ୟ, ହିମାଂଶୁ ମିଶ୍ର, ଲଷ୍ମୀନାରାୟଣ କର,ଗଣେଶ୍ୱର ପଣ୍ଡା, ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ହିମାଂଶୁ ଷଡ଼ଙ୍ଗୀ ଉପସ୍ଥିତ ଥିଲେ | ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେଵୁଲ ଟ୍ରଷ୍ଟର ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା କହିଥିଲେ ଗ୍ରହ ଚଳନ କିମ୍ବା ପରାଗ ଯେତେବେଳେ ସ୍ପର୍ଶ କରିଥାଏ ସେତେବେଳେ ଯେ କୌଣସି ଜପ କିମ୍ବା ପାଠ କରାଯାଏ ତାର ଦ୍ବିଗୁଣିତ ଫଳ ପ୍ରାପ୍ତି ହୋଇଥାଏ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO