ନୂଆ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ କ୍ୱାରେଂଟାଇନ ସେଂଟରର ଓ ବାହାର ରାଜ୍ୟ ଫେରନ୍ତା ହୋଇଥିବା ସୂଚନା ମିଳିଛି । ପୂର୍ବରୁ ଏମାନଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ନମୂନା ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲକୁ ପଠାଯାଇଛି ।
ସେହିପରି ଜିଲ୍ଲାରେ ୬୫୮ ଜଣ ସୁସ୍ଥ ହୋଇଛନ୍ତି । ଆଜିକୁ ମିଶାଇ ଜିଲ୍ଲାରେ ୨୬୬ ଟି ସକ୍ରିୟ ମାମଲା ରହିଛି । ଜିଲ୍ଲାର ଅନ୍ୟ ଜଣେ ୪୯ ବର୍ଷିୟ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଥିବା ନେଇ ଆଜି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏଥିସହ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରଶାସନ ପକ୍ଷରୁ ଜିଲ୍ଲାକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଛି । ସେହିପରି ଶନିବାର ଓ ରବିବାର ସଟ୍ ଡାଉନ୍ ଜାରୀ ରହିଛି ।