-
ବିଭିନ୍ନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର– ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ବର୍ତମାନ ଏହି ସଂଖ୍ୟା ୫୧୬୦ ହୋଇଥିବା ବେଳେ ଗଂଜାମ ଜିଲ୍ଲାରେ ଆଜି ୪୦ ଟି ନୂଆ ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୮୯୩ ରେ ପହଂଚିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୪୪୪ ଜଣ , କଟକ ଜିଲ୍ଲାରେ ୩୯୪ ଜଣ, ଯାଜପୁର ଜିଲ୍ଲାରେ ୩୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବାଲେଶ୍ୱର ଜିଲ୍ଲୀରେ ୨୯୪, ଗଜପତି ଜିଲ୍ଲାରେ ୨୩୮. ପୁରୀ ଜିଲ୍ଲାରେ ୨୧୪, ଜଗତସିଂହପୁର ଜିଲ୍ଲାରେ ୨୦୮ କେନ୍ଦ୍ରାପଡା ଜିଲ୍ଲାରେ ୨୦୩ , ଭଦ୍ରକ ଜିଲ୍ଲାରେ ୧୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗର ଅମ୍ଫାନ ଡ୍ୟୁଟିରୁ ଫେରିଥିବା ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୨୬୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
କନ୍ଧମାଳ ଜିଲ୍ଲାରେ ୧୫୯ ଜଣ, ବଲାଙ୍ଗୀର ଜିଲ୍ଲାରେ ୧୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ୧୪୭ , ମୟୁରଭଂଜ ଜିିଲ୍ଲାରେ ୧୪୫ ଜଣ ଓ ନୟାଗଡ ଜିଲ୍ଲାରେ ୧୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ କେନ୍ଦୁଝର ଜିଲ୍ଲାରେ ୯୮, ନୂଆପଡା ଜିଲ୍ଲାରେ ୭୯ , ବରଗଡ ଜିଲ୍ଲାରେ ୬୬. କଳାହାଣ୍ଡି ଜିଲ୍ଲାରେ ୬୪, ଅନୁଗୁଳ ଜିଲ୍ଲାରେ ୫୫ ଢେଙ୍କାନାଳ ଜିଲ୍ଲାରେ ୫୩, ମାଲକାନଗିରି ଜିଲ୍ଲାରେ ୫୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଝାରସୁଗୁଡା ଜିଲ୍ଲାରେ ୪୬ , ଦେବଗଡ ଜିଲ୍ଲାରେ ୪୧, ତଥା ବୌଦ୍ଧ ଜିଲ୍ଲାରେ ୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୋନପୁର ଜିଲ୍ଲାରେ ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ୨୬ ଓ କୋରାପୁଟ ଜିଲ୍ଲାରେ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାୟଗଡା ଜିଲ୍ଲାରେ ୧୭ ଓ ନବରଙ୍ଗପୁର ଜିଲ୍ଲାରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।